ରାୟଗଡ଼ା: ରାଜ୍ୟରେ ବିଜେପି ସରକାର ଆସିବା ପରେ ରାୟଗଡ଼ା ବିଜୁ ଜନତା ଦଳର ନେତୃତ୍ବ କିଏ ନେବ ବୋଲି ଦୀର୍ଘ ଦିନ ଧରି ଯେଉଁ ଆଲୋଚନା ଚାଲିଥିଲା, ସେଥିରେ ପୂର୍ଣ୍ଣଛେଦ ପକାଇ ବିଜେଡି ସୁପ୍ରିମୋ ନବୀନ ପଟନାୟକ ବିଷମକଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାୟଗଡ଼ା ଜିଲ୍ଲାର ନୂତନ ଜିଲ୍ଲା ସଭାପତି ରୂପେ ନିଯୁକ୍ତି ଦେଇଛନ୍ତି। ଜଗନ୍ନାଥଙ୍କୁ ଏହି ନିଯୁକ୍ତି ପରେ ରାୟଗଡ଼ା ଜିଲ୍ଲା ବିଜେଡିରେ ଆରମ୍ଭ ହୋଇଛି ନୀରବ କୋଳାହଳ। ଦଳର ବରିଷ୍ଠ ନେତା ସୁଧୀର ଦାଶଙ୍କ ଅତ୍ୟନ୍ତ ଘନିଷ୍ଟ ସହଯୋଗୀ ରୂପେ ଜଗନ୍ନାଥଙ୍କ ପରିଚୟ। ଜଗନ୍ନାଥଙ୍କ ନାମ ଘୋଷଣା ପରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଏନ ଭାସ୍କର ରାଓଙ୍କ ଗୋଷ୍ଠୀ ନିରାଶ ହୋଇଥିବା ବିଜେଡି ତୃଣମୂଳ ସ୍ତରରେ ଥିବା ନେତାଙ୍କ ଆଲୋଚନାରୁ ଜଣାପଡିଛି । ଯଦିଓ ରାଜ୍ୟ ସଂଗଠନ ୨ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ନୂତନ ଭାବରେ ନିଯୁକ୍ତି ଦେଇଛନ୍ତି କିନ୍ତୁ ଏହି ନିଯୁକ୍ତିକୁ ଭାସ୍କର ରାଓ ଗୋଷ୍ଠୀର ବରିଷ୍ଠ ନେତା ମାନେ ଗ୍ରହଣ କରିପାରିନଥିବା ବରିଷ୍ଠ ନେତାଙ୍କ ସହ ଆଲୋଚନା ବେଳେ ଜଣାପଡିଛି ।
ନୂତନ ସଭାପତିଙ୍କ ନାମ ଘୋଷଣା ପରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି,କାଉନସିଲର ଓ ବରିଷ୍ଠ ନେତାମାନେ ଭାସ୍କର ରାଓଙ୍କ ବାସଗୃହରେ ଆଲୋଚନା ଜାରି ରଖିଛନ୍ତି । ତଥ୍ୟରୁ ଜଣାପଡିଛି ଅଳ୍ପ କିଛି ଦିନ ମଧ୍ୟରେ ଭାସ୍କର ରାଓଙ୍କ ଗୋଷ୍ଠୀ ଏକ ବଡ଼ ନିଷ୍ପତ୍ତି ନେବେ ବୋଲି ମଧ୍ୟ ଆଲୋଚନା ସରଗରମ ହୋଇଛି । ଏହି ଆଲୋଚନାକୁ ଖୋରାକ ଯୋଗାଇଛି ବିଜେଡି କାର୍ଯ୍ୟାଳୟ ବୋଲି ଲେଖାଯାଇଥିବା ସ୍ଥାନରେ ଗତକାଲି ଏଥିରେ ଧଳା ରଙ୍ଗ ବୋଳି ଦିଆଯାଇଛି । ୨୦୨୪ ନିର୍ବାଚନ ସମୟରେ ଭାସ୍କର ରାଓଙ୍କୁ ଜିଲ୍ଲା ସଭାପତି ରୂପେ ଘୋଷଣା ପରେ ଏହି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା । ପ୍ରାୟ ଏକ ଦଶନ୍ଧି ଧରି ଭାସ୍କର ରାଓ ଏବଂ ସୁଧୀର ଦାଶଙ୍କ ଗୋଷ୍ଠୀ ଭିତରେ ବିବାଦ ଲାଗିରହିଛି । ଭାସ୍କର ରାଓଙ୍କ ଗୋଷ୍ଠୀକୁ ରାଜ୍ୟ ସଂଗଠନ ବାରମ୍ବାର ଅଣଦେଖା କରି ସେମାନଙ୍କ ବିରୋଧରେ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ଜିଲ୍ଲା ବିଜେଡିରେ ବିବାଦ ତୀବ୍ରତର ହୋଇଛି । ସୁଧୀର ଦାଶ ଗୋଷ୍ଠୀ ଭାସ୍କର ରାଓଙ୍କ ବିରୋଧରେ କାର୍ଯ୍ୟକରିବା ଏବଂ ରାଜ୍ୟ ସଂଗଠନର ଭାସ୍କର ରାଓଙ୍କୁ ଅଣଦେଖା କରିବା ଘଟଣା ଏଭଳି ସ୍ଥିତିକୁ ନେଲା ଯେ ପ୍ରଥମେ ୨୦୧୯ରେ ରାୟଗଡ଼ା ବିଧାନସଭା ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେଡି ହାତରୁ ଖସିଥିଲା ଏବଂ ୨୦୨୪ ନିର୍ବାଚନରେ ବିଜେଡି ମୂଳରୁ ସଫା ହୋଇଗଲା ।
ନୂତନ ସଭାପତିଙ୍କ ନାମ ଘୋଷଣା ପରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି,କାଉନସିଲର ଓ ବରିଷ୍ଠ ନେତାମାନେ ଭାସ୍କର ରାଓଙ୍କ ବାସଗୃହରେ ଆଲୋଚନା ଜାରି ରଖିଛନ୍ତି । ତଥ୍ୟରୁ ଜଣାପଡିଛି ଅଳ୍ପ କିଛି ଦିନ ମଧ୍ୟରେ ଭାସ୍କର ରାଓଙ୍କ ଗୋଷ୍ଠୀ ଏକ ବଡ଼ ନିଷ୍ପତ୍ତି ନେବେ ବୋଲି ମଧ୍ୟ ଆଲୋଚନା ସରଗରମ ହୋଇଛି । ଏହି ଆଲୋଚନାକୁ ଖୋରାକ ଯୋଗାଇଛି ବିଜେଡି କାର୍ଯ୍ୟାଳୟ ବୋଲି ଲେଖାଯାଇଥିବା ସ୍ଥାନରେ ଗତକାଲି ଏଥିରେ ଧଳା ରଙ୍ଗ ବୋଳି ଦିଆଯାଇଛି । ୨୦୨୪ ନିର୍ବାଚନ ସମୟରେ ଭାସ୍କର ରାଓଙ୍କୁ ଜିଲ୍ଲା ସଭାପତି ରୂପେ ଘୋଷଣା ପରେ ଏହି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା । ପ୍ରାୟ ଏକ ଦଶନ୍ଧି ଧରି ଭାସ୍କର ରାଓ ଏବଂ ସୁଧୀର ଦାଶଙ୍କ ଗୋଷ୍ଠୀ ଭିତରେ ବିବାଦ ଲାଗିରହିଛି । ଭାସ୍କର ରାଓଙ୍କ ଗୋଷ୍ଠୀକୁ ରାଜ୍ୟ ସଂଗଠନ ବାରମ୍ବାର ଅଣଦେଖା କରି ସେମାନଙ୍କ ବିରୋଧରେ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ଜିଲ୍ଲା ବିଜେଡିରେ ବିବାଦ ତୀବ୍ରତର ହୋଇଛି । ସୁଧୀର ଦାଶ ଗୋଷ୍ଠୀ ଭାସ୍କର ରାଓଙ୍କ ବିରୋଧରେ କାର୍ଯ୍ୟକରିବା ଏବଂ ରାଜ୍ୟ ସଂଗଠନର ଭାସ୍କର ରାଓଙ୍କୁ ଅଣଦେଖା କରିବା ଘଟଣା ଏଭଳି ସ୍ଥିତିକୁ ନେଲା ଯେ ପ୍ରଥମେ ୨୦୧୯ରେ ରାୟଗଡ଼ା ବିଧାନସଭା ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେଡି ହାତରୁ ଖସିଥିଲା ଏବଂ ୨୦୨୪ ନିର୍ବାଚନରେ ବିଜେଡି ମୂଳରୁ ସଫା ହୋଇଗଲା । ୨୦୨୪ ନିର୍ବାଚନ ବେଳେ ରାଜ୍ୟ ସଂଗଠନ ଭାସ୍କର ରାଓଙ୍କ ସହ ଆଦୌ ଆଲୋଚନା ନକରି ୩ ବିଧାନସଭା ଆସନ ପାଇଁ ଦଳ ଟିକଟ ଦେଇଥିଲା । ରାୟଗଡ଼ା ଆସନ ପାଇଁ ହୋଇଥିବା ବିବାଦ ମଧ୍ୟ ଉଗ୍ର ରୂପ ନେଇଥିଲା । ଏପରିକି ସେତେବେଳେ ଭାସ୍କର ରାଓ ଗୋଷ୍ଠିର ବରିଷ୍ଠ ନେତା ମାନେ ନିଜ ପଦ ପଦବିରୁ ଇସ୍ତଫା ମଧ୍ୟ ଦେଇଥିଲେ । ଏବେ ସଭାପତି ରୂପେ ଜଗନ୍ନାଥଙ୍କ ନାମ ଘୋଷଣା ପରେ ଭାସ୍କର ଗୋଷ୍ଠୀର ନେତାମାନେ ସାମୁହିକ ଇସ୍ତଫା ଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏନେଇ ବିଜେଡି ବରିଷ୍ଠ ନେତାଙ୍କୁ ପଚାରିବାରୁ ଅପେକ୍ଷା କରନ୍ତୁ ଅଳ୍ପ କିଛି ଦିନ ମଧ୍ୟରେ ଚିତ୍ର ସାମ୍ନାକୁ ଆସିବ ବୋଲି ମନ୍ତବ୍ୟ ଦେଉଛନ୍ତି।