ଭାଲୁମୁଣ୍ଡା: ବଲାଙ୍ଗୀରଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ବେଳପଡ଼ା ପଞ୍ଚାୟତରେ ମନରେଗା ଯୋଜନାରେ ୧ ଲକ୍ଷ  କି ୨ ଲକ୍ଷ ଟଙ୍କା ନୁହେଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମନରେଗା ଯୋଜନାରେ କାମ ନ କରି ହଡ଼ପ କରାଯାଇଥିବା ଅଭିଯୋଗ କରିଥିଲେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ଅଭିଯୋଗ ଅନୁସାରେ ମନରେଗାର ଯୋଜନା ବଙ୍ଗୋମୁଣ୍ଡା ବ୍ଲକର ଅନେକ ପଞ୍ଚାୟତରେ ୨୦୨୩-୨୦୨୪ ଓ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବେଳପଡ଼ା ଗାଁରେ ମହୁଲମୁଣ୍ଡାରେ ୯ ଲକ୍ଷ ୯୯ ହଜାର ଟଙ୍କା, ପୁଣି ମହୁଳମୁଣ୍ଡା ରେ ୯ଲକ୍ଷ ୯୯ ହଜାର ଟଙ୍କା, ଗୋଚରମୁଣ୍ଡାରେ ୯ଲକ୍ଷ ୯୮ ହଜାର ଟଙ୍କା, ସିନାମୁଣ୍ଡାରେ ୧୦ଲକ୍ଷ ଟଙ୍କା, ନୂଆଁମୁଣ୍ଡାରେ ୧୦ ଲକ୍ଷ ଟଙ୍କା, ମାହାବନ୍ଧରେ ୧୦ ଲକ୍ଷ ଟଙ୍କାର ଫାଇଲ ଖୋଲି କାମ କରାଯାଇଥିବା ନେଇ ସରକାରୀ କାଗଜପତ୍ରରେ ଦର୍ଶା ଯାଇଥିବା ବେଳେ ବାସ୍ତବରେ କୌଣସି ପ୍ରକାର କାମ ନ କରି ନକଳି ଶ୍ରମିକଙ୍କ ନାରେ  ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି।

Advertisment

ବେଳପଡ଼ା ଗାଁରେ ପୋଖରୀ ନାମରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ ହୋଇଥିବା ବେଳେ ସବୁ ସମିତି ସଭ୍ଯ ହର ମେହେରଙ୍କ ତତ୍ତ୍ଵାବଧାନରେ ଏହି ଦୁର୍ନୀତି ହୋଇଛି ଏବଂ ମନରେଗା ଯୋଜନାରେ ଯେଉଁ ୪୦ ପ୍ରତିଶତ ମେଟ୍ରିଆଳ କାମ ହୋଇଥାଏ ସେହି କାମ ଗୁଡ଼ିକରେ ତାଙ୍କ ସମ୍ପର୍କୀୟମାନଙ୍କୁ ଠିକାଦାର ଯାଇ ସରକାରୀ ଅନୁଦାନ ହରିଲୁଟ କରୁଥିବା ମଧ୍ଯ ଗାଁ ଲୋକେ ଅଭିଯୋଗ ଆଣିଛନ୍ତି। ଯେଉଁ ଜନ ପ୍ରତିନିଧିମାନେ ଲୋକ ସେବା କରିବା ପାଇଁ ନିର୍ବାଚିତ ହୋଇ ଆସିଥିଲେ ଆଜି ସେହି ଜନ ପ୍ରତିନିଧି ମାନେ ଲୋକଙ୍କ ସେବା କରିବା ତୋ ଦୂର କଥା ଶ୍ରମିକଙ୍କୁ କାମ ଦେବା ବଦଳରେ ନକଳି ଶ୍ରମିକଙ୍କ ନାରେ ମିଥ୍ୟା ବିଲ୍‌ କରି ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରାଯାଇଛି। ତାହା ପୁଣି ଏକାଧିକ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଫାଇଲ ଏହି କାମ ଗୁଡ଼ିକ ବ୍ଳକ ବିଡ଼ିଓଙ୍କ ତତ୍ତ୍ଵାବଧାନ ହୋଇଥାଏ ଯଦି ପଞ୍ଚାୟତ ସମିତିରୁ ଏହି କାମ ହୋଇଛି। ତେବେ ତତ୍କାଳୀନ ବିଡ଼ିଓ ଏହି କାମ ଗୁଡ଼ିକ ତଦାରଖ କରିଛନ୍ତି କି ଯଦି ତଦାରଖ କରିଛନ୍ତି ତେବେ କାମ ନ ହୋଇଥିବା ପୋଖରୀରେ କେମିତି ଲକ୍ଷ ଲକ୍ଷ ଟଙ୍କା ଉଠା ଯାଇଛି ବୋଲି ପ୍ରଶ୍ନ ଉଠୁଛି।

ବଙ୍ଗୋମୁଣ୍ଡା ବ୍ଲକର ବେଲପଡ଼ା ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ସରକାରୀ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରାଯାଉଥିବା ନେଇ ବେଳପଡ଼ା ପଞ୍ଚାୟତବାସୀ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ଯ କଂଗ୍ରେସ ପ୍ରଦେଶ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କୁ ଗାଁ ଲୋକେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ବ୍ଲକର ବେଲପଡ଼ା ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ସରକାରୀ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରାଯାଉଥିବା ନେଇ ବେଳପଡ଼ା ପଞ୍ଚାୟତବାସୀ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ଯ କଂଗ୍ରେସ ପ୍ରଦେଶ କମିଟିର ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କୁ ଗାଁ ଲୋକେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପରେ ଗୁରୁବାର ଶ୍ରୀ ସାଲୁଜା ବେଲପଡ଼ା ଗ୍ରାମ ପଞ୍ଚାୟତ ଗସ୍ତ କରି ମନରେଗା ଯୋଜନାରେ ଶ୍ରମିକଙ୍କୁ ନିଯୋଜିତ କରି ପୋଖରୀ ଉନ୍ନତୀକରଣ କାମ କରିଥିବା କାଗଜପତ୍ର ଦର୍ଶା ଯାଇଥିବା ମାହାବନ୍ଧ, ମହୁଳମୁଣ୍ଡା, ଗୋଚରମୁଣ୍ଡା, ସିନାମୁଣ୍ଡା ନୂଆଁମୁଣ୍ଡାକୁ ଯାଇ ଗାଁ ଲୋକଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥୁଲେ। ହେଲେ କୌଣସି କାମ ନଦେବାରୁ ଆଜି କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ବଙ୍ଗୋମୁଣ୍ଡା ବ୍ଳକର ବେଲପଡ଼ା ପଞ୍ଚାୟତରେ ମନରେଗା ଯୋଜନରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ଏହାର ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ।

ଶ୍ରୀ ସାଲୁଜାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଅଫିସରେ ପହଂଚି ସେଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ମନରେଗା କାର୍ଯ୍ୟ ଦୁର୍ନିତିର ତଦନ୍ତ ଦାବି କରିଥିଲେ। ତଦନ୍ତ ଦାବିରେ ରାଜ୍ୟପାଳ ଙ୍କ ଉଦେଶ୍ୟରେ ଦାବିପତ୍ର ଏବିଡ଼ିଓ ସୁଶାନ୍ତ କୁମାର ପାଣିଙ୍କୁ ଦିଆଯାଇଥିଲା। 

congress | Balangir