ନୂଆପଡ଼ା: ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ ମାଝୀ। କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଘାସିରାମ ମାଝୀ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ଘାସିରାମ। ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ ସେ। ଗତ ନିର୍ବାଚନ ସମୟରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିଲେ, ତାହା କେବଳ ଆଦିବାସୀ ସଂଘ ଯୋଗୁ ମିଳିଥିଲା। ସେ ଗତ ନିର୍ବାଚନ ସମୟ‌ରେ କହିଥିଲେ ଯେ ଏହା ତାଙ୍କର ଶେଷ ନିର୍ବାଚନ। ହାରିଲେ ବି ସଂଘ ସହ ରହିବେ। କିନ୍ତୁ ହାରିବା ପରେ ସେ ପୁଣି କଂଗ୍ରେସମୁହାଁ ହୋଇଥିଲେ, ଯାହାକୁ ଆଦିବାସୀ କଲ୍ୟାଣ ସଂଘ ପସନ୍ଦ କରୁନାହିଁ। ଏପରିକି ତାଙ୍କୁ ସଂଘ ଆଦିବାସୀ ସମାଜ ବିରୋଧୀ କାର୍ଯ୍ୟ ଲାଗି ଏକ ବର୍ଷ ଲାଗି ବହିଷ୍କାର କରିଥିବା ଜଣାଯାଇଛି।

Advertisment

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ଗତ ନିର୍ବାଚନ ସମୟ‌ରେ କହିଥିଲେ ଯେ ଏହା ତାଙ୍କର ଶେଷ ନିର୍ବାଚନ। ହାରିଲେ ବି ସଂଘ ସହ ରହିବେ। କିନ୍ତୁ ହାରିବା ପରେ ସେ ପୁଣି କଂଗ୍ରେସମୁହାଁ ହୋଇଥିଲେ, ଯାହାକୁ ଆଦିବାସୀ କଲ୍ୟାଣ ସଂଘ ପସନ୍ଦ କରୁନାହିଁ। ଏପରିକି ତାଙ୍କୁ ସଂଘ ଆଦିବାସୀ ସମାଜ ବିରୋଧୀ କାର୍ଯ୍ୟ ଲାଗି ଏକ ବର୍ଷ ଲାଗି ବହିଷ୍କାର କରିଥିବା ଜଣାଯାଇଛି।

 ୨୦୨୪ ନିର୍ବାଚନରେ ସେ କଂଗ୍ରେସ ଟିକେଟ୍‌ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ‌ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ତଥା ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।

ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେ କଂଗ୍ରେସ ଟିକେଟ୍‌ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ‌ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ତଥା ତତ୍‌କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।

ଏଣେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ। ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ। ୧୬ ତାରିଖରେ ନାମାଙ୍କନ ଭରିବେ ଜୟ। ଜୟ ‌ଢୋଲକିଆଙ୍କ ନାମାଙ୍କନରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।