ବାମନାଳ: ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଆଜି ଏକ ବିଶାଳ ପଦଯାତ୍ରା କରିଛି। ଏହି ପଦଯାତ୍ରା ବଳଙ୍ଗାରୁ ବାହାରି ଥିବା ବେଳେ ନିମାପଡ଼ା ଅଭିମୁଖେ ବାହାରିଥିଲା। କଂଗ୍ରେସ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ଶ୍ଲୋଗାନ‌ ଦେଇଥିଲେ।

Advertisment

କଂଗ୍ରେସ ଦାବି କରିଛି ଯେ, ଗତ ଜୁଲାଇ ମାସ ୧୯ତାରିଖରେ ବଳଙ୍ଗା ଅଞ୍ଚଳର ଜଣେ ନାବାଳିକାକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ପୀଡିତାଙ୍କୁ ୩ ଜଣ ବ୍ୟକ୍ତି ନିଆଁ ଲଗାଇ ଦେଇଥିବା କୁହାଯାଉଥିଲା। ତାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଅଭିଯୋଗ ପରେ ଘଟଣାକୁ ନେଇ ପୁଲିସ ପକ୍ଷରୁ ଦୀର୍ଘ ୧୪ଦିନ ପର୍ଯ୍ୟନ୍ତ ତଦନ୍ତ, ଜେରା, ବୟାନ ରେକର୍ଡ କରିବା ସହିତ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଲୋକଙ୍କ ମୋବାଇଲ ଟ୍ରାକିଙ୍ଗ କରିବା ପରେ ବି ପୀଡ଼ିତାଙ୍କ ୪ ଥର ବୟାନ ରେକର୍ଡ କରି ମଧ୍ୟ ଶେଷରେ ପୀଡ଼ିତାଙ୍କ ପ୍ରତି ହୋଇଥିବା ଘଟଣାର କୌଣସି ଠୋସ ପ୍ରଣାମ ସହିତ ଅଭିଯୁକ୍ତ କିଏ ପୁଲିସ କହିପାରିଲା ନାହିଁ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା।

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଆଜି ଏକ ବିଶାଳ ପଦଯାତ୍ରା କରିଛି। ଏହି ପଦଯାତ୍ରାରେ ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ରଶ୍ମିତା ବେହେରା, ମହିଳା ନେତ୍ରୀ ନିରୁପମା ପାତ୍ର, ନିମାପଡ଼ା ବ୍ଲକର ସଂଯୋଜକ କାଳନ୍ଦୀ ଚରଣ ବାରିକ, ସଞ୍ଜୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Bamanala

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ସାରା ରାଜ୍ୟବାସୀ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ଏଭଳି କାର୍ଯ୍ୟକଳାପକୁ ଏବେବି ସମାଲୋଚନା କରୁଥିବା ବେଳେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାର କଂଗ୍ରେସ କର୍ମୀ ଏକାଠି ହୋଇ ପ୍ରଥମେ ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ଭେଟିବା ସହିତ କବର ସ୍ଥାନରେ ପୁଷ୍ପ ମାଲ୍ୟ ଅର୍ପଣ କରି ନିମାପଡ଼ା ଅଭିମୁଖେ ପଦଯାତ୍ରା କରିଥିଲେ।

କଂଗ୍ରେସର ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ରଶ୍ମିତା ବେହେରା, ମହିଳା ନେତ୍ରୀ ନିରୁପମା ପାତ୍ର, ନିମାପଡ଼ା ବ୍ଲକର ସଂଯୋଜକ କାଳନ୍ଦୀ ଚରଣ ବାରିକ, ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

balanga victim | puri