ରାଇରଙ୍ଗପୁର/ବିଜାତଳା (ତୁଷାର କାନ୍ତ ମହାନ୍ତ): ପଞ୍ଚାୟତ ଗୁଡ଼ିକର ରୋଜଗାର ବଢ଼ାଇବା ପାଇଁ ରାଜ୍ୟ ସରକାର ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ଅଧିକାଂଶ ପଞ୍ଚାୟତକୁ ଅନୁଦାନ ରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ଅଧିକାଂଶ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଶେଷ ହୋଇନି। କିଛି ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଆସିଥିବା ଅନୁଦାନକୁ ଅନ୍ୟତ୍ର ଖର୍ଚ୍ଚ କରିଦିଆଯାଇଛି। ଯେଉଁଥି ପାଇଁ କଲ୍ୟାଣମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନପାରି ଅଧାପନ୍ତରିଆ ହୋଇପଡ଼ିଛି।
ସରକାର ଯେଉଁ ଉଦ୍ଦେଶ୍ୟ ରଖି ଏହି ଯୋଜନା କରିଥିଲେ ତାହା ଫଳପ୍ରଦ ହୋଇପାରୁ ନାହିଁ। ରାଜ୍ୟର ବିଭିନ୍ନ ଜିଲ୍ଲାରେ କେତୋଟି କଲ୍ୟାଣମଣ୍ଡପ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି ଓ ନିର୍ମାଣାଧୀନ କଲ୍ୟାଣମଣ୍ଡପ ଗୁଡ଼ିକର ସ୍ଥିତି କଣ ଅଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ତଦନ୍ତ ମଧ୍ୟ କରୁନାହାଁନ୍ତି।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ୨୦୨୩ ଚିଠି ଅନୁସାରେ, ଚତୁର୍ଥ ଓ ପଞ୍ଚମ ରାଜ୍ୟ ଅର୍ଥ କମିସନଙ୍କ ଅନୁଦାନରେ ରାଜ୍ୟର ପ୍ରତି ପଞ୍ଚାୟତରେ କଲ୍ୟାଣମଣ୍ଡପ ପାଇଁ ଅନୁଦାନ ମଂଜୁର ହୋଇଥିଲା। ଏହି କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ସମୁଦାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଅନୁଦାନ ମିଳିବା ପରେ ୨୦୨୦-୨୧ ଆର୍ଥିକ ବର୍ଷରେ କାମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୫ ବର୍ଷ ପୂରିଥିବା ବେଳେ ଅଧିକାଂଶ ପଞ୍ଚାୟତରେ କଲ୍ୟାଣମଣ୍ଡପ କାମ ଅଧାପନ୍ତରିଆ ହୋଇପଡ଼ିଛି। କେଉଁଠି ପ୍ଲିନ୍ଥ ସ୍ତର ପର୍ଯ୍ୟନ୍ତ କାମ ହୋଇଛି ତ କେଉଁଠି ଛାତ ପଡ଼ିଥିଲେ ମଧ୍ୟ ଅନ୍ୟାନ୍ୟ କାମ ହୋଇନାହିଁ।
ଏହି କଲ୍ୟାଣପଣ୍ଡପ ଗୁଡ଼ିକ ନିର୍ମାଣ ହୋଇଥିଲେ ଏଥିରେ ବିବାହ, ବ୍ରତଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରୁ ମିଳିବାକୁ ଥିବା ଟଙ୍କାରେ ପଞ୍ଚାୟତର ଆୟ ବୃଦ୍ଧି ହୋଇଥାନ୍ତା। କିନ୍ତୁ କଲ୍ୟାଣମଣ୍ଡପ ଗୁଡ଼ିକ ଅସମ୍ପୂର୍ଣ୍ଣ ହୋଇ ରହିଥିବାରୁ ପଞ୍ଚାୟତର ରୋଜଗାର ବଢ଼ୁନି କି ଲୋକେ ଉପକୃତ ହେଉନାହାନ୍ତି। ସିଏଫ୍ସି,ଏସ୍ଏଫ୍ସି, ମନରେଗା, ସାଂସଦ ଓ ବିଧାୟକଙ୍କ ହାତପାଣ୍ଠି ଅନୁଦାନରେ ଏହି କଲ୍ୟାଣମଣ୍ଡପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।
/sambad/media/media_files/2025/05/14/img-20250514-wa0120-326024.jpg)
ଉଦାହରଣ ସ୍ବରୂପ ମୟୁରଭଂଜ ଜିଲ୍ଲା ବିଜାତଳ ବ୍ଳକ୍ ଖନ୍ତ ପଞ୍ଚାୟତର ଖନ୍ତ ଖେଳ ପଡିଆଠାରେ ୨୦୨୦-୨୧ ଅର୍ଥିକବର୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଅଦ୍ୟାବଧି ପ୍ଲିନ୍ଥ୍ ସ୍ତର ପର୍ଯ୍ୟନ୍ତ କାମ ହୋଇଛି। ଆଉ କାମ ଆଗକୁ ବଢ଼ୁନି। ଯାହା ଫଳରେ ଅନାବନା ଗଛ ଓ ଘାସରେ ଭର୍ତ୍ତି ହେଲାଣି କଲ୍ୟାଣ ମଣ୍ଡପ। ଏଣୁ ପଞ୍ଚାୟତର ଲୋକେ ବିବାହ, ବ୍ରତଘର ଆଦି କାର୍ଯ୍ୟ କରିବାକୁ ନାନା ଅସୁବିଧାରା ସମ୍ମୁଖୀନ ହେଉଛନ୍ତି। ସେହିପରି ଅନ୍ୟ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା। ଏଣୁ ବିଭାଗୀୟ ଅଧିକାରୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଜନ ସାଧାରଣରେ ଦାବି ହେଉଛି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/14/img-20250514-wa0114-313871.jpg)