ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଏକ ଟନ୍ ଗଂଜେଇ ଜବତ କରାଯିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦେଶକ୍ରମେ ସୋମବାର ରାତିରେ ଏସଆଇ କେ.ବେହେରାଙ୍କ ନେତୃତ୍ବରେ ହାବିଲଦାର ମିହିର କୁମାର ସାମର, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି, ପଦ୍ମା ନାୟକ ପ୍ରମୁଖ ଗୌଡଗୁଡା ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ବଲେରୋ ଗାଡ଼ି କ୍ଷୀପ୍ରଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇ ପଚରାଉଚରା କରିଥିଲେ।
ଏହାପରେ ପରେ ଆଉ ଏକ ପିକ୍ ଅପ ଭ୍ୟାନ ଆସିଥିଲା। ସେହି ଗାଡିକୁ ମଧ୍ୟ ଅଟକାଇ ପୁଲିସ ଯାଞ୍ଚ କରିବା ପରେ ସେଥିରୁ ୧ ଟନ୍ ଗଂଜେଇ ଜବତ କରାଯାଇଥିଲା। ତେବେ ବଲେରୋ ଗାଡିଟି ପିକ୍ଅପ୍ ଭ୍ୟାନ୍କୁ ରାସ୍ତା ଦେଖାଉଥିଲା।
ଏହି ଗଂଜେଇ ଚାଲାଣ କରୁଥିବା ଆସାମୀମାନେ ହେଲେ ଏମଭି-୩୨ ଗ୍ରାମର ସୁଜନ ବେପାରୀ(୩୬) ଏବଂ ଏମପିଭି-୮୧ ଗ୍ରାମର ସୁଦେଶ ମିସ୍ତ୍ରୀ(୨୧)। ଏମାନଙ୍କ ଠାରୁ ପୁଲିସ ୩ଟି ମୋବାଇଲ ଫୋନ, ନଗଦ ୧୨୯୦ ଟଂକା ଜବତ କରିଛି। ବଲେରୋ ଏବଂ ପିକଅପ ଭ୍ୟାନକୁ ମଧ୍ୟ ଜବତ କରିଛି। ଜବତ ଗଂଜେଇର ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ବ ଟଂକାର ବୋଲି ଜଣାପଡିଛି। ଆଜି ଦୁଇ ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/20/Ggz2qEGwcm9BLYBZGIhn.jpg)