ଖୋର୍ଦ୍ଧା: ଏକ ବଡ଼ଧରଣର ଗଂଜେଇ ଚେରାଚାଲାଣକୁ ଖୋର୍ଦ୍ଧା ପୁଲିସ ବିଫଳ କରିଛି। ଗଜପତିଜିଲ୍ଲା ଅଡ଼ବା ଅଞ୍ଚଳରୁ ଶ୍ରୀକ୍ଷେତ୍ରକୁ ଏକ ପିକ୍ଅପରେ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଚନ୍ଦନେଶ୍ବର ଫ୍ଲଏ ଓଭର ବ୍ରିଜ୍ରେ ପୁଲିସ ହାତରେ ଗଂଜେଇ ଧରାପଡ଼ିଛି। ଏହି କାରବାର ସହିତ ଜଡ଼ିତ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତମାନେ ହେଲେ ବସନ୍ତ ପାତ୍ର (୨୭) ଓ ଜିତୁ ନାୟକ (୩୧)।
ଆଜି ପୂର୍ବାହ୍ଣ ୮ଟାରେ ଖେର୍ଦ୍ଧା ପୁଲିସକୁ ଜାଣିବାକୁ ମିଳିଥିଲା ଯେ, ଏକ ପିକ୍ଅପ୍ (ଓଆର ୦୭ କ୍ୟୁ ୧୮୫୬)ରେ ବଡ଼ଧରଣର ଗଂଜେଇ ଚୋରା ଚାଲାଣ ହେଉଛି। ଏହା ପରେ ଟାଙ୍ଗୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ୧୬ ନମ୍ବର ଜାତୀୟ ରାଜପଥର ଚନ୍ଦନେଶ୍ବର ଫ୍ଲଏ ଓଭର ବ୍ରିଜ୍ରେ ଜଗିଥିଲେ। ସନ୍ଦେହ କରାଯାଉଥିବା ପିକ୍ଅପ୍ ଘଟଣାସ୍ଥଳରେ ପହଞ୍ଚିଲା ପରେ ଏହାକୁ ଅଟକାଇଥିଲେ। ଯାଞ୍ଚ ବେଳେ ୩୪ଟି ଗଂଜେଇ ଭର୍ତ୍ତି ବ୍ୟାଗ୍ ମିଳିଥିଲା। ଏଥିରୁ ୩୩ଟି ବ୍ୟାଗ୍ରେ ୨୮ କିଲୋ ଲେଖାଏଁ ଓ ଅନ୍ୟ ଏକ୍ ବ୍ୟାଗରେ ୫କିଲୋ ଗଂଜେଇ ଭର୍ତ୍ତି ଥିଲା।
ଆଜିକାଲିର ଯୁବପିଢ଼ି ରାତାରାତି ଧୀନ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥି ପାଇଁ ସେମାନେ ଅସାଧୁ ଉପାୟକୁ ପ୍ରାଥମିକତା ଦେଉଛନ୍ତି। ଚୋରି, ଡକାୟତି, ରାହାଯାନୀ ଆଦି କାମ କରିବାକୁ ପଛାଉ ନାହାନ୍ତି। ଗଂଜେଇ, ମଦ, ବ୍ରାଉନସୁଗାର ବେପାର କରି କମ ସମୟ ମଧ୍ୟରେ ବିପୁଳ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି।
ପୁଲିସ କହିଛି ୯୨୯କିଲୋ ଗଂଜେଇକୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବଉନସଗଡ଼ିଆ ଗାଁର ଜଗନ୍ନାଥ ପାତ୍ରଙ୍କ ପୁଅ ବସନ୍ତ ପାତ୍ର ଓ ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ଝଳସାହି ଗାଁର ଚନ୍ଦ୍ର ନାୟକଙ୍କ ପୁଅ ଜିତୁ ନାୟକ ଅଡ଼ବା ଅଞ୍ଚଳରୁ ଆଣିଥିଲେ। ସେମାନେ ଏହି ଗଂଜେଇକୁ ପୁରୀରେ ପହଞ୍ଚାଇବାକୁ ଯୋଜନା କରୁଥିଲେ। ପୁଲିସ ଗଂଜେଇ ସହିତ ପିକ୍ଅପ୍ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
contraband | Police | puri | Gajapati
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/22/XM5DChlFnYne2VMQK3uD.jpg)