ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୁଲିସ ଦେଶୀ ବନ୍ଧୁକ ଓ ଜୀବନ୍ତ ଗୁଳି ସହ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକର ନାମ ଆକାଶ ସାହୁ (୨୪)। ସେ ବୀରମିତ୍ରପୁର କପିଳାସ ବସ୍ତିର ବାସିନ୍ଦା ବୋଲି ଜଣାପଡ଼ିଛି।
ଗତକାଲି ରାତିରେ ପୁଲିସ ପାଟ୍ରୋଲିଙ୍ଗ ଚାଲୁଥିବା ସମୟରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ପାତାଲକାଣ୍ଡ ବସ୍ତି ନିକଟରେ ଆକାଶ ସାହୁଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଏବଂ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାଇ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ବୀରମିତ୍ରପୁର ପୁଲିସ ପକ୍ଷରୁ ସ୍ୱାଧୀନତା ଦିବସ ଉପଲକ୍ଷେ ସୀମାନ୍ତ ଅଞ୍ଚଳରେ ଗତକାଲି ରାତିରେ ପୁଲିସ ପାଟ୍ରୋଲିଙ୍ଗ ଚାଲୁଥିବା ସମୟରେ ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ପାତାଲକାଣ୍ଡ ବସ୍ତି ନିକଟରେ ଆକାଶ ସାହୁଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଏବଂ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଥିଲା। ଏନେଇ ପୁଲିସ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ଆକାଶ ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ବୀରମିତ୍ରପୁର ଥାନା ଅଧିକାରୀ ରାମପ୍ରସାଦ ନାଗ ସୂଚନା ଦେଇଛନ୍ତି।
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/15/biramitrapur-2025-08-15-20-32-33.jpg)