ଭୁବନେଶ୍ବର: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ସହ ସବୁ ରାଜ୍ୟର ସମବାୟ ମନ୍ତ୍ରୀଙ୍କ ବୈଠକ ହୋଇଛି। ଜାତୀୟ ସ୍ତରରେ ଅନୁଷ୍ଠିତ ଏହି ବେଅଠକରେ ଓଡ଼ିଶାରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ଦିଲ୍ଲୀରେ ଆୟୋଜିତ ମନ୍ଥନ ବୈଠକରେ ସମବାୟ ସମିତି ଉନ୍ନତି ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ବଳସାମନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଜାନୁଆରି ୩୧ ସୁଦ୍ଧା ସମବାୟ ପଲିସି ଆସିବ ବୋଲି ସେ କହିଛନ୍ତି।

Advertisment

ସମବାୟ ମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ସମବାୟ ସମିତି ଗଠନ ହେବ। ସମିତିରେ ମଲ୍ଟି ପୁଲ ବ୍ୟବସାୟ ହେବ।ଏଲ୍‌ପିଜି ଗ୍ୟାସ୍‌ ବିତରଣ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଜନସେବା କେନ୍ଦ୍ର, ଡ଼ାଇରି ଫାର୍ମ, ଦୁଗ୍ଧ ବିତରଣ କେନ୍ଦ୍ର ଭଳି ବିଭିନ୍ନ ବ୍ୟବସ୍ଥା ସମିତି ଜରିଆରେ ହେବା ପାଇଁ ପ୍ରସ୍ତୁତ ହୋଇଛି ପ୍ଲାନ୍‌। ଲୋକଙ୍କୁ ଘର ପାଖରେ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ସମବାୟ ସମିତି ସବୁ ପ୍ରକାର ବ୍ୟବସାୟ କରିବ। ଲାଭ ନୁହେଁ ସେବା ଆଶାରେ କାମ କରିବ ସମବାୟ ସମିତି।

ଆସନ୍ତା ମାସରେ ପ୍ରତି ରାଜ୍ୟରେ ବୈଠକ ବସି କାର୍ଯ୍ୟକ୍ରମକୁ କ୍ରିୟାଶୀଳ ପାଇଁ ଅମିତ ଶାହଙ୍କ ନିର୍ଦେଶ ହୋଇଛି। ଲୋକଙ୍କ ପାଖରେ ପଂହଁଚିବ ସମବାୟ। ଏଥିସହ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ବ୍ୟାଙ୍କ। ଚାଷୀ ୩ ଲକ୍ଷ ଋଣ ନେଲେ ବାର୍ଷିକ ଦୁଇ ପ୍ରତିଶତ ସୁଧ ଦେବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ଋଣ ୫ ଲକ୍ଷ କରିବେ ସରକାର। କେତେ ପ୍ରତିଶତ ସୁଦ୍ଧ ରହିବ ଖୁବ ଶୀଘ୍ର ହେବ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।  

ଚିଟ୍‌ ଫଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଜମାକାରୀଙ୍କୁ ଟଙ୍କା ଦିଆଯିବ। ସତ୍ୟାସତ୍ୟ ଜାଣି ପ୍ରମାଣ ପରେ ଟଙ୍କା ଦିଆଯିବ। ସେଥିପାଇଁ ସମୟ ଲାଗୁଛି। ଏବେ ୫ ଲକ୍ଷ ଜମାକାରୀଙ୍କୁ ଟଙ୍କା ଦିଆଯିବ। ପଇସା ସବୁ ପାଇବେ। ଯିଏ ବଡ଼ ଜମାକାରୀ ତାଙ୍କୁ ଭଗବାନ ଦୟା କରୁଛନ୍ତି। ସେ ଠାକୁରଙ୍କୁ ଦେବେ। ଗରିବ ଠାକୁରଙ୍କୁ ମାଗିବେ। ପ୍ରଥମେ ଗରିବଙ୍କ ସେବା ସରୁ ପର୍ଯାୟ କ୍ରମେ ଟଙ୍କା ଦିଆଯିବ। 

pradip balasamanta