କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦେଲେ ହତ୍ୟା ଧମକ। ବୁଧବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଜିଆରପି ପୁଲିସ ଷ୍ଟେସନରେ ଏତଲା ଦେଲେ ବିଧାୟକ।  

Advertisment

ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ବେଳେ, ଦାଦନ ଶ୍ରମିକମାନଙ୍କୁ ନେଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହି ସମୟରେ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ, ବଣ୍ଟି ବେହେରା ସହ ୬ରୁ ଅଧିକ ଲୋକ ଦୌଡ଼ି ଆସି ତାଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୁଲିସ ତଦନ୍ତ ଆରମ୍ଭ କରିଛି।

କାଉନସିଲର ବଣ୍ଟି ଖାନ ଦାଦନ ଚାଲାଣରେ ଜଡ଼ିତ ଥିବାର ଚର୍ଚ୍ଚା 

କାଉନସିଲର ବଣ୍ଟି ଖାନ ଦାଦନ ଚାଲାଣରେ ଜଡ଼ିତ ଥିବାର ଅନେକ ସମୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୁଏ।

ନବୀନ-ଲକ୍ଷ୍ମଣ ବାକ୍‌ଯୁଦ୍ଧ

କଣ୍ଟାବାଞ୍ଜି ଆସନକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଦେଇଥିବା ମନ୍ତବ୍ୟର ଜବାବ୍ ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍ ରଖିଥିଲେ। ସେ କହିଥିଲେ, ଏଥିରେ କ’ଣ ସତ୍ୟତା ଅଛି ମୁଁ କହିବିନି। ୨୫ ବର୍ଷ ସେମାନେ ଶାସନରେ ଥିଲେ। ତାଙ୍କୁ ଲୋକ ଭଲ ପାଉଥିଲେ ଭୋଟ୍ ଦେଉଥିଲେ। ଏବେ ତାଙ୍କ କଥା ସବୁ ପଦାରେ ପଡିଛି।

ଆହୁରି ପଢ଼ନ୍ତୁ: Son Fire Mother ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ, ମା‘ଙ୍କ ଦେହରେ ନିଆଁ ଲଗାଇ ଅଭିଯୁକ୍ତ ଫେରାର

ତାଙ୍କୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ସେମାନେ ସରକାରରେ ଥିଲେ, ସବୁ ତାଙ୍କ ପ୍ରଶାସନ କଳ ଥିଲା ତାପରେ ବି ହାରିଲେ। ଏଥିରୁ ସ୍ପଷ୍ଟ ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି। ଆମେ ଯେତେବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପକାଇବାକୁ କହିଥିଲୁ ସେ କହିଥିଲେ ତମର କ’ଣ ଆମ ଉପରେ ବିଶ୍ୱାସ ନାହିଁ।  ଯଦି ସେତେବେଳେ ଏମିତି କହୁଥିଲେ ଏବେ କାହିଁକି ସୋସିଆଲ ମିଡ଼ିଆରେ ଏଭଳି କହୁଛନ୍ତି । ଯାହା ବିଚାର କରିଛନ୍ତି ଜନତା କରିଛନ୍ତି ବୋଲି ଲକ୍ଷ୍ମଣ ବାଗ୍‌ କହିଥିଲେ।

ସେମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନ ଥିଲେ।

ଆହୁରି ପଢ଼ନ୍ତୁ:Old Man Death Attack Elephant ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ, ମହିଳା ଗୁରୁତର

ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି।  ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଏବେ ଏହାର ଜବାବ୍ ଲକ୍ଷ୍ମଣ ବାଗ୍ ଦେଇଥିଲେ।