କେନ୍ଦ୍ରାପଡ଼ା: ଭିତରକନିକାରେ ଆଜିଠୁ ଆରମ୍ଭ ହୋଇଛି ବଉଳା କୁମ୍ଭୀର ଗଣନା। ଭିତରକନିକା ସମେତ ରାଜନଗର ବନଖଣ୍ଡ ଅଧୀନ ୫ଟି ରେଞ୍ଜର ନଦୀ ନାଳରେ ଥିବା କୁମ୍ଭୀରମାନଙ୍କୁ ଗଣନା କରାଯାଉଛି। ବନବିଭାଗ ତରଫରୁ ୨୨ଟି ଟିମ ଗଠନ କରାଯାଇଛି। ପ୍ରତି ଟିମରେ ୭ରୁ ୮ ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି।
ପ୍ରାଣୀ ବୈଜ୍ଞାନିକମାନଙ୍କୁ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ କରାଯାଇଛି। ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ଼କ୍ଟର ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/crocodile_650x400_81517017634.jpg)