କୋରାପୁଟ: ଭାରତୀୟ ଆଦିମ ଜାତି ସେବକ ସଂଘର ଦୁଇ ଦିନିଆ ୭୭ତମ ବାର୍ଷିକ ସାଧାରଣ ପରିଷଦ ବୈଠକର ଉଦଘାଟନୀ ଉତ୍ସବ ସ୍ଥାନୀୟ ସର୍ବୋଦୟ ସମିତି ପରିସରରେ ଆରମ୍ଭ ହୋଇଛି। ସଂଘର ସଭାପତି ନୟନ ଚାନ୍ଦ ହେମ୍ବ୍ରମଙ୍କ ସଭାପତିତ୍ବରେ ଏଥିରେ ମୁଖ୍ୟଅତିଥି ଭାବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇଥିଲେ। ଯେଉଁ ଦିନ ପର୍ଯ୍ୟନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶିକ୍ଷାର ବିକାଶ ହୋଇନି ସେ ଦିନ ଯାଏଁ ଦେଶର ବିକାଶ ସମ୍ଭବ ପର ନୁହେଁ। ତେଣୁ ଆଦିମ ଜାତିର ଲୋକେ ଶିକ୍ଷା ସମ୍ପର୍କରେ ଅଧିକାରୁ ଅଧିକା ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ।
ଆମେ ଶିକ୍ଷା ସମ୍ପର୍କରେ ସଚେତନ ହୋଇ ପାଠ ପଢ଼ିଲେ ଦେଶ ଆଗେଇବ ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିରେ ଅନ୍ୟତମ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗ ଦେଇ ସେ ନିଜ ଗାଁରେ ଅଙ୍ଗେ ନିଭାଇଥିବା ବିଭିନ୍ନ ଘଟଣାବଳୀ ସମ୍ପର୍କରେ କହିଥିଲେ। ମଂଚରେ ସଂଘର ଭାରତୀୟ ଆଦିମ ଜାତି ସେବ ସଂଘର ଉପାଧ୍ୟକ୍ଷ ନରସିଂହ ୱାଖଲେ, ସାଧାରଣ ସମ୍ପାଦକ ଏକେ ଚୁବେ, ଆର.କେ ମାଲବ୍ୟ।
ଏହି ବୈଠକରେ ଭାରତର କୋଣ ଅନୁକୋଣରୁ ୨୦୦ରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଛନ୍ତି। ଦୁଇଦିନ ଧରି ସମିତି ପରିସରରେ ଓଭାରତୀୟ ଅଦିମ ଜାତି ସେବକ ସଂଘ ସହ ସର୍ବଭାରତୀୟ ଜନଜାତି ସେବକଙ୍କର ବି ପୃଥକ ପୃଥକ ଭାବେ ବୈଠକ ଅନୁଷ୍ଠିତ ହେବ। ଏହି ଅବସରରେ ସଂଘର ବାର୍ଷିକ ମୁଖପତ୍ରକୁ ଅତିଥିମାନେ ଲୋକାର୍ପଣ କରିଥିଲେ।
Koraput
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/21/TJKfwkvjobH6ynI4bjmT.jpg)