ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଗେରୁପୁଟ ଗାଁ ଜଙ୍ଗଲ ଅଭାବନୀୟ ଘଟଣା ଘଟିଛି। ଶିକାରୀ ବି ବିଛାଇଥିବା ତାରରେ ଛନ୍ଦି ହୋଇ ଦମ୍ପତି ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ବଳରାମ ଗାଲେଲ ଏବଂ ତାଙ୍କ ପତ୍ନୀ ବାଲା ଗାଲେଲ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି|

Advertisment

ଗତକାଲି ଅପରାହ୍ନରେ ବଳରାମ ଏବଂ ବାଲା କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଦୁହେଁ ଆସିଥିଲେ | ତେଣୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା | ଘରୁ ଯିବାର ବହୁ ସମୟ ପରେ ବି ଦୁହେଁ ନ ଫେରିବାରୁ ପରିବାର ଓ ଗ୍ରାମବାସୀ ସନ୍ଧାନ ଆରମ୍ଭ କରିଥିଲେ। ଜଙ୍ଗଲରେ ଦୁହିଁଙ୍କ ମୃତଦେହ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ସମୟ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ବଳରାମ ଏବଂ ବାଲା କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଦୁହେଁ ଆସିଥିଲେ | ତେଣୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା | ଘରୁ ଯିବାର ବହୁ ସମୟ ପରେ ବି ଦୁହେଁ ନ ଫେରିବାରୁ ପରିବାର ଓ ଗ୍ରାମବାସୀ ସନ୍ଧାନ ଆରମ୍ଭ କରିଥିଲେ। ଜଙ୍ଗଲରେ ଦୁହିଁଙ୍କ ମୃତଦେହ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ନନ୍ଦପୁର ଥାନା ପୁଲିସ ପହଞ୍ଚି ପ୍ରଥମେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲା। ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଏହାପରେ ଶିକାରୀଙ୍କ ସନ୍ଧାନ ଆରମ୍ଭ ମ୍ଭ କରିଛି ପୁଲିସ। ଶିକାରୀଙ୍କ ଲୋଭ ଯୋଗୁଁ ଦୁଇଟି ଜୀବନ ଆକାଳରେ ଚାଲିଯାଇଛି। ପରିବାରକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଗ୍ରାମବାସୀ ନିବେଦନ କଟି କରିଛନ୍ତି । ସେହିପରି ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ବି ଶିକାରୀଙ୍କ ଶିକାର ହୋଇଛନ୍ତି ଅନେକ ନିରୀହ ଲୋକ ତେଣୁ ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।