ନୂଆପଡ଼ା: ପାରିବାରିକ କଳହର କରୁଣ ପରିଣତି ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ନଆପଡ଼ା ଓ ଖରିଆରରୋଡ଼ ରେଲଓ୍ବେ ଷ୍ଟେସନ ମଧ୍ୟସ୍ଥ କଲ୍ୟାଣପୁର ଫାଟକ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆଗକୁ ଡ଼େଇଁ ସ୍ବାମୀ-ସ୍ତ୍ରୀ ଜୀବନ ହାରିଛନ୍ତି। ମୃତ ସ୍ବାମୀ ଓ ସ୍ତ୍ରୀ ହେଲେ ଯଦୁରାମ ପାଣ୍ଡେ (୫୮) ଓ ଜାମବାଇ ପାଣ୍ଡେ (୫୬)।
ରିପୋର୍ଟ ଅନୁସାରେ ନୂଆପଡ଼ା ଥାନା ସିଲଦା ଗାଁର ଯଦୁରାମ ପାଣ୍ଡେ ଓ ତାଙ୍କର ସ୍ତ୍ରୀ ଜାମବାଈ ପାଣ୍ଡେ ଗତ ଦୁଇ ବର୍ଷ ହେବ ପୁଅଙ୍କ ଠାରୁ ଅଲଗା ରହୁଥିଲେ। ସ୍ବାମୀ ଓ ସ୍ତ୍ରୀ ଅନ୍ୟତ୍ର ରୋଷେଇ କରି ଖାଉଥିଲେ। ରୋଜଗାର କମ ଥିବାରୁ ସ୍ବାମୀ ଓ ସ୍ତ୍ରୀଙ୍କ ହାତ ଉଧାରୀ ବଢ଼ି ଯାଇଥିଲା। ପ୍ରତିଦିନ ସାହୁକାରମାନେ ସ୍ବାମୀ ଓ ସ୍ତ୍ରୀଙ୍କୁ ଉଧାରୀ ଟଙ୍କା ମାଗୁଥିବାରୁ ମାନସିକ ଚାପରେ ଥିଲେ। ଗତକାଲି ସନ୍ଧ୍ୟାରେ ସ୍ବାମୀ ଓ ସ୍ତ୍ରୀ କଲ୍ୟାଣପୁର ଗାଁକୁ ଯାଇଥିଲେ। ରାତିରେ ଜଣେ ସମ୍ପକୀର୍ୟଙ୍କ ଘରେ ଭୋଜନ କରି ସ୍ବାମୀ ଓ ସ୍ତ୍ରୀ ସିଲଦାସ୍ଥିତ ଘରକୁ ଫେରୁଥିଲେ।
ରୋଜଗାର କମ ଥିବାରୁ ସ୍ବାମୀ ଓ ସ୍ତ୍ରୀଙ୍କ ହାତ ଉଧାରୀ ବଢ଼ି ଯାଇଥିଲା। ପ୍ରତିଦିନ ସାହୁକାରମାନେ ସ୍ବାମୀ ଓ ସ୍ତ୍ରୀଙ୍କୁ ଉଧାରୀ ଟଙ୍କା ମାଗୁଥିବାରୁ ମାନସିକ ଚାପରେ ଥିଲେ।
ଏହି ସମୟରେ ବିଶାଖାପାଟଣାରୁ ଦୁର୍ଗ ଅଭିମୁଖେ ବନ୍ଦେ ଭାରତ ଟ୍ରେନ ଯାଉଥିଲା। କଲ୍ୟାଣପୁର ଫାଟକ ନିକଟରେ ସ୍ବାମୀ ଓ ସ୍ତ୍ରୀ ଟ୍ରେନ ଆଗରେ ଡ଼େଇଁ ପଡିଥିଲେ। ବିଲମ୍ବିତ ରାତିରେ ଖବର ପାଇ କଣ୍ଟାବଂଜି ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହକୁ ଜବତ କରିଥିଲା। ଆଜି ପୂର୍ବାହ୍ନରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଡୁମେରପାଣି ସରପ ଟେକରାମ ସାହୁ ଓ ସମତି ସଭ୍ୟ ଚୁରନସିଂ ମାଝି, ୱାଡ଼ ମେମ୍ବର କୈଳାସ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଜିଆରପି ପୁଲିସକୁ ସହଯୋଗ କରିଥିଲେ। ଜିଆରପି ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ନେଇ ଚର୍ଚ୍ଚା ହେଉଛି।
Nuapada | Indian Railways
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/02/train1-2025-07-02-22-00-35.jpg)