ଜହ୍ନlପଙ୍କ: ବୌଦ୍ଧ ଥାନା ବଘିଆପଡା ଗ୍ରାମରେ ନିର୍ମାଣାଧୀନ ସିଡ଼ି ଘରର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟରେ ମହିଳାଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ତାଙ୍କର ସ୍ବାମୀ ମଧ୍ୟ ଗୁରୁତର ଅଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବଘିଆପଡ଼ା ଗ୍ରାମର ସନତ ପ୍ରଧାନ ଓ ତାଙ୍କ ପତ୍ନୀ ମଞ୍ଜୁଲତା ପ୍ରଧାନ ନିଜ ନିର୍ମାଣାଧିନ ଘରର ସିଡ଼ି କାନ୍ଥରେ ପାଣି ଦେଉଥିବା ବେଳେ ଇଟା ଜୋଡ଼ା ଯାଇଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲାl ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଉପରେ ଇଟା କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ।
ପରିବାର ଓ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମଞ୍ଜୁଲତାଙ୍କ ଗୋଡ଼ି ଭାଙ୍ଗି ଯାଇଥିବା ବେଳେ ସନତ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛିl
Boudh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/06/KFLTVM4vMwr3QAgkhnVo.jpg)