ଫୁଲନଖରା: ବାଇକ୍ ଆରୋହୀ ଦମ୍ପତିଙ୍କୁ କଟକ ସହର ଉପକଣ୍ଠ ଗୋପାଳପୁର ନିକଟ କାଠଯୋଡି ବ୍ରିଜ ଶେଷ ଭାଗରେ ଏକ ଟ୍ରକ୍ ଚାପି ଦେଇଛି। ଘଟଣାସ୍ଥଳରେ ହିଁ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଦେବୀ ପ୍ରସାଦ ପାଲ (୫୬) ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ (୪୯)। ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥର କଟକ-ଭୁବନେଶ୍ବର ମାର୍ଗରେ ବିଳମ୍ବିତ ରାତି ଯାଏଁ ପ୍ରବଳ ଭିଡ଼ ଲାଗିଛି। ପୁଲିସ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ଏହି ଦୁର୍ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହେବା ସହିତ ରାସ୍ତାରୋକ ହୋଇଛି। ଫଳରେ ରାତି ସାଢେ ୯ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ କଟକ-ଭୁବନେଶ୍ବର ଜାତୀୟ ରାଜପଥ ଜାମ୍ ହେଇଯାଇଛି।
/filters:format(webp)/sambad/media/media_files/2025/08/22/84867101-7cac-429f-82d4-9a43bf2fc78b-2025-08-22-00-18-02.jpg)
ସୂଚନା ଅନୁଯୟୀ ଭୁବନେଶ୍ବର ଧଉଳି ଥାନା ଡେଲଟା କଲୋନି ଉତ୍ତରା ଛକ ଅଞ୍ଚଳରେ ରହୁଥିବା ଜଗତସିଂହପୁର ଅଞ୍ଚଳର ମୂଳ ବାସିନ୍ଦା ଦେବୀ ପ୍ରସାଦ ପାଲ ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ ଗୁରୁବାର ଦିନ କଟକରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଆସିଥିଲେ। ସେମାନେ ଘରକୁ ଫେରୁଥିବା ବେଳେ କୋଇଲା ବୋଝେଇ ଏକ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ସେମାନେ ତଳେ ପଡି ଯାଇଥିବା ବେଳେ ଟ୍ରକ୍ ଚକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।
ସଦର ଓ ମଧୁପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ବି ଉତ୍ତେଜନା ଲାଗି ରହିଥିଲା। ପୁଲିସ ଗଞ୍ଜାମ ଅଞ୍ଚଳର ଡ୍ରାଇଭର ସନ୍ତୋଷ ପ୍ରଧାନକୁ ଅଟକ ରଖିବା ସହିତ ଟ୍ରକକୁ ଜବତ କରିଛି। ରାତି ସାଢେ ୧୧ଟାରେ ପୁଲିସ ରାସ୍ତା ଜାମ ହଟାଇବାକୁ ଉଦ୍ୟମ କରିଥିଲେ ବି ଅନେକ ସମୟ ପର୍ଯ୍ୟନ୍ତ ଜାମ୍ ଲାଗି ରହିଥିଲା।
Accident | Cuttack
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/22/ada09f72-239f-46fd-b8f7-db4671e54455-1-2025-08-22-00-18-02.jpg)