ଢେଙ୍କାନାଳ: ଜମି ଅଧିଗ୍ରହଣ ଟଙ୍କା ନ ଦେବାରୁ ଜବତ ହେଲା ତହସିଲଦାରଙ୍କ ଅଫିସ ଆସବାବପତ୍ର I ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ସିଭିଲ୍ କୋର୍ଟ ଜଜ୍ ଏହି ନିର୍ଦ୍ଦେଶ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଜମି ମାଲିକଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା କଥା

ସୂଚନା ଅନୁଯାୟୀ ବାଜିଚୌକ ନିକଟରେ ଥିବା ଫ୍ଲାଇ ଓଭର୍ ବ୍ରିଜ ପାଇଁ ହୋଇଥିବା ଜମି ଅଧିଗ୍ରହଣ ସମୟରେ ଜମି ମାଲିକଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା କଥା। ୨୦୧୩ ମସିହାରେ ଜମି ଅଧିଗ୍ରହଣକୁ ନେଇ ଢେଙ୍କାନାଳ ସିଭିଲ୍ କୋର୍ଟରେ କେସ୍ କରିଥିଲେ ଜମି ମାଲିକ। ସେତେବେଳେ ୧୨ ଡେସିମିଲି ଜମି ଅଧିଗ୍ରହଣ ହୋଇଥିଲା। ୨୦୨୩ ମସିହାରେ ଘଟଣାର ଶୁଣାଣି କରି ସିଭିଲ୍ ଜଜ୍ କ୍ଷତିଗ୍ରସ୍ତଙ୍କୁ ସୁଧ ବାବଦକୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଦ୍ୟାବଧି ଟଙ୍କା ନ ଦିଆଯାଇଥିବାରୁ ଲ୍ୟାଣ୍ଡ ଆକ୍ୟୁଜିସନ୍ ଅଫିସର୍ ତଥା ତହସିଲଦାରଙ୍କ ଦ୍ବାରା ବ୍ୟବହୃତ ଆସବାବପତ୍ର ସିଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢନ୍ତୁ- Important Meeting BJP: ବିଏଲ ସନ୍ତୋଷଙ୍କ ଉପସ୍ଥିତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ଵାର ବୈଠକ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଏହି ବାବଦରେ ତହସିଲଦାରଙ୍କ ଦ୍ୱାରା ବ୍ୟବହୃତ ବୋଲେରୋ ଗାଡ଼ି, ଆଲମିରା, କମ୍ପ୍ୟୁଟର, ଟେବୁଲ, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ସିଜ୍ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆହୁରି ପଢନ୍ତୁ- SI Recruitment scam CBI: ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ସିବିଆଇ ପଞ୍ଝାରେ ବିହାରର ନୀତୀଶ କୁମାର