ମାଲକାନଗିରି: ଆଣି ଶେଷରେ ଛତିଶଗଡ଼ ପୁଲିସ ଜବରଦସ୍ତ ବାସବରାଜୁ ସମେତ ୮ ଜଣ ନକ୍ସଲଙ୍କର ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି। ଗତ ୨୧ ତାରିଖରେ ଏନକାଉଣ୍ଟରରେ ମାଓ ନେତା ବାସବରାଜୁ ସମେତ ୨୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ।
/sambad/media/media_files/2025/05/26/screenshot20250526201909samsung-internet-333043.jpg)
ବାସବରାଜୁଙ୍କ ଶବକୁ ପରିବାର ଲୋକେ ନେବାକୁ ଆସିଥିଲେ ମଧ୍ୟ ଦେଇନଥିଲେ। ପୁଲିସ ବାସବରାଜୁଙ୍କ ମର ଶରୀରକୁ ପରିଜନଙ୍କୁ ଦର୍ଶନ କରିବାକୁ ଦେଲେ ନାହିଁ ବୋଲି ଭାଇ ରାମପ୍ରସାଦ ଅଭିଯୋଗ କରିଛନ୍ତି। ଏହାସହ ସମାଜସେବୀ ବେଲା ଭାଟିଆ ମଧ୍ୟ ଛତିଶଗଡ଼ର ପୁଲିସ ଏଭଳି ବେଆଇନ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ମାନବଧିକାରର ଖଣ୍ଡନ କରିଥିବା ଅଭିଯୋଗ କରିଥିଲେ। ଆନ୍ଧ୍ର ହାଇକୋର୍ଟର ଆଦେଶକୁ ପୁଲିସ ଅବମାନନା କରିଥିବା କୁହାଯାଇଛି।
ଗତ ୨୧ ତାରିଖ ଦିନ ବଡ଼ ଏନକାଉଣ୍ଟରରେ ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁର ମୃତ୍ୟୁ ହୋଇଥିଲା। ତେବେ ତାପର ଦିନ ହିଁ ପରିବାର ଲୋକେ ଶବ ନେବାକୁ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ବଡ଼ ଏନକାଉଣ୍ଟରରେ ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟିର ମହାସଚିବ ବାସବରାଜୁର ମୃତ୍ୟୁ ହୋଇଥିଲା। ତେବେ ତାପର ଦିନ ହିଁ ପରିବାର ଲୋକେ ଶବ ନେବାକୁ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେତେବେଳେ ପୁଲିସ ଅଧିକାରୀମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ। ବାସବରାଜୁଙ୍କ ପରିବାର ଲୋକଙ୍କୁ କାଗଜ ପତ୍ର ଠିକ କରିବା ପରେ ଶବ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା।
ତେବେ ଛତିଶଗଡ ପୁଲିସ କିନ୍ତୁ ମାଓନେତା ବାସବରାଜୁର ମୃତଦେହ ହସ୍ତାନ୍ତର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ବାସବରାଜୁର ଭାଇ ଅଭିଯୋଗ କରିଛନ୍ତି। ଏନେଇ ବାଧ୍ୟ ହୋଇ ବାସବରାଜୁଙ୍କ ମା‘ ସୀତାମା ଆନ୍ଧ୍ରପ୍ରଦେଶର ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି। ତେବେ ହାଇକୋର୍ଟ ସୀତାମ୍ମା ଏନେଇ କୌଣସି ଦଲିଲ ପ୍ରଦାନ କରିପାରିନଥିଲେ। କିଛି ଛତିଶଗଡ଼ ପୁଲିସ ମୃତଦେହ ଦେଉନଥିବା ନେଇ କୌଣସି ପ୍ରମାଣ ଦେଇପାରିନଥିବା ହାଇକୋର୍ଟ ତାଂକୁ ପୁଣି ଛତିଶଗଡ ଯାଇ ଶବ ଦେବାକୁ ଅନୁରୋଧ କରିବାକୁ ନିର୍ଦେଶ ଦେଇଥିଲେ।
maoists
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/26/screenshot20250526201909samsung-internet1-309885.jpg)