ବାଲେଶ୍ବର: ଏଫ୍ଏମ୍ ଛାତ୍ରୀ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଦିଗକୁ ନେଇ ତନାଘନା ଆରମ୍ଭ ହୋଇଛି। ପେଟ୍ରୋଲ ଢାଳି ଛାତ୍ରୀ ଆତ୍ମାହୁତି କରିଥିବା ବେଳେ ଏହି ପେଟ୍ରୋଲ କେଉଁଠୁ ଆସିଥିଲା? କିଏ ବୋତଲରେ ପେଟ୍ରୋଲ ଆଣିଥିଲା? ଏହାକୁ ନେଇ ତନାଘନା ଚାଲିଥିବା ବେଳେ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ବି ଏହାକୁ ଅତି ଗୁରୁତ୍ବ ଦେଇ ଖୋଳତାଡ୍ ଆରମ୍ଭ କରିଛି। କଲେଜ ପାଖାପାଖି ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ୍ ଗୁଡ଼ିକୁ ଯାଇ ଏହି ଟିମ୍ ପଚାରାଉଚରା କରିବା ସହିତ ସିସିଟିଭି ଫୁଟେଜ୍ ଜବତ କରିଥିବା ଜଣାପଡ଼ିଛି।
ଶୁକ୍ରବାର ରାତି ସାଢ଼େ ୯ଟା ସମୟରେ କଲେଜ ଠାରୁ ମାତ୍ର ୩/୪ ଶହ ମିଟର ଦୂରରେ ଥିବା ଏକ ପେଟ୍ରୋଲ ପମ୍ପକୁ ଏହି ଟିମ୍ ଯାଇଥିଲେ। ସେଠାରେ କିଛି ସମୟ ଏହି ଟିମ୍ ରହି ପେଟ୍ରୋଲ ପମ୍ପ୍ର କର୍ମଚାରୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିବା ପରେ ଗତ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସିସି କ୍ୟାମେରାର ଫୁଟେଜ୍କୁ ପେନ୍ଡ୍ରାଇଭ୍ରେ ନେଇଛନ୍ତି।
ସେଦିନ ଜଣେ ପିଲା ଏହି ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ ନେଇକି ଆସିଛନ୍ତି। ଘଟଣା ଘଟିବାର କିଛି ସମୟ ପୂର୍ବରୁ ଏହି ପେଟ୍ରୋଲ ଅଣାଯାଇଥିଲା ବୋଲି ଆଲୋଚନା ହୋଇଛି। ହେଲେ ସେହି ପିଲା ଛାତ୍ରୀଙ୍କ ପାଇଁ ନେଇଛନ୍ତି ନା ଅନ୍ୟପାଇଁ ନେଇଛନ୍ତି ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ ସତ। କ୍ରାଇମ୍ ବ୍ରାଞ୍ଚର ତଦନ୍ତ ପରେ ସଂପୂର୍ଣ୍ଣ ସତ ସମ୍ନାକୁ ଆସିବ। ଅନ୍ୟପକ୍ଷରେ କଲେଜ ନିକଟସ୍ଥ ବିଭିନ୍ନ ଲୋକଙ୍କ ଘର ସମ୍ମୁଖରେ ଲାଗିଥିବା ସିସି କ୍ୟାମେରାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହାର ଫୁଟେଜ୍ ମଧ୍ୟ ଜବତ କରାଯିବ ବୋଲି ଜଣାଯାଇଛି।
ଯାହା ଜଣାଯାଇଛି, ସେଦିନ ଜଣେ ପିଲା ଏହି ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ ନେଇକି ଆସିଛନ୍ତି। ଘଟଣା ଘଟିବାର କିଛି ସମୟ ପୂର୍ବରୁ ଏହି ପେଟ୍ରୋଲ ଅଣାଯାଇଥିଲା ବୋଲି ଆଲୋଚନା ହୋଇଛି। ହେଲେ ସେହି ପିଲା ଛାତ୍ରୀଙ୍କ ପାଇଁ ନେଇଛନ୍ତି ନା ଅନ୍ୟପାଇଁ ନେଇଛନ୍ତି ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ ସତ। କ୍ରାଇମ୍ ବ୍ରାଞ୍ଚର ତଦନ୍ତ ପରେ ସଂପୂର୍ଣ୍ଣ ସତ ସମ୍ନାକୁ ଆସିବ। ଅନ୍ୟପକ୍ଷରେ କଲେଜ ନିକଟସ୍ଥ ବିଭିନ୍ନ ଲୋକଙ୍କ ଘର ସମ୍ମୁଖରେ ଲାଗିଥିବା ସିସି କ୍ୟାମେରାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହାର ଫୁଟେଜ୍ ମଧ୍ୟ ଜବତ କରାଯିବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/19/pyu-2025-07-19-08-57-28.jpg)