ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଧୀନସ୍ଥ ଜରେଇକେଲା ସୀମା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲାର ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ଆଜି ପୁଣିଥରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିଛନ୍ତି। ଏଥିରେ ଜଣେ ସିଆର୍ପିଏଫ୍ ସବ୍-ଇନ୍ସପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଥିବାବେଳେ ଯବାନ ପାର୍ଥ ପ୍ରତୀମ ଦେ’ ଗୁରୁତର ଅଛନ୍ତି। ଏହି ଘଟଣାଟି ସରଣ୍ଡା ଜଙ୍ଗଲର ମାରାଙ୍ଗପୋଙ୍ଗାଠାରେ ଘଟିଛି।
ସିଆର୍ପିଏଫ୍ ପକ୍ଷରୁ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ସମୟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ସିଆର୍ପିଏଫ୍ ୧୯୭ ବାଟାଲିୟନ୍ର ଦୁଇ ସଦସ୍ୟ ଆହତ ହୋଇଥିଲେ। ଘଟଣା ପରେ ଉଭୟଙ୍କୁ ତୁରନ୍ତ ଛୋଟାନାଗରାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଓ ସେଠାରୁ ହେଲକପ୍ଟର୍ ଯୋଗେ ରାଞ୍ଚିକୁ ପଠା ଯାଇଥିଲା।
ତେବେ ରାଞ୍ଚିରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲ ମଣ୍ଡଳଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ପାର୍ଥ ପ୍ରତୀମ ମଧ୍ୟ ଗୁରୁତର ଅଚନ୍ତି। ଉଲ୍ଲେଖଯୋଗ୍ୟ, ୪ ଦିନ ପୂର୍ବେ ମଧ୍ୟ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁଁ ଜଣେ ସିଆର୍ପିଏଫ୍ ଯବାନ ଆହତ ହୋଇଥିଲେ।
CRPF | sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2017/12/crpf-story_647_050117103402_120917095252.jpg)