ମାଲକାନଗିରି: ମାଲକାନଗିରି ଜିଲ୍ଲା ଏବଂ ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ସୁରକ୍ଷାକର୍ମୀ କେବଳ ନକ୍ସଲଙ୍କ ସହ ଲଢୁନାହାନ୍ତି। ବରଂ ସବୁବେଳେ ଲୋକଙ୍କ ସହଯୋଗ କରିବାରେ ମଧ୍ୟ ପ୍ରସ୍ତୁତ ରହିଥାନ୍ତି। ଏଭଳି ଏକ ଦୃଶ୍ୟ ଛତିଶଗଡ଼ର ବିଜାପୁର ଜିଲ୍ଲାର ନକ୍ସଲ ପ୍ରବଣ ଅଂଚଳରେ ଦେଖିବାକୁ ମିଳିଥିଲା।
ସୁରକ୍ଷାକର୍ମୀ ମାନବିକତା ଦେଖାଇ ଜଣେ ଗର୍ଭବତୀ ମହିଳାଙ୍କୁ ଉଛୁଳା ନଈରୁ ପାର କରାଇ ମେଡିକାଲରେ ଭର୍ତ୍ତି କରାଇଥିଲେ। ନକ୍ସଲ ପ୍ରବଣ ଚୋକନପାଲ ଗ୍ରାମର ଚିନ୍ତା ବଡେ ନାମକ ଜନୈକ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା।ଏନେଇ ସ୍ବାସ୍ଥ୍ୟ ବିଭାଗ ଖବର ପାଇଥିଲା ଯେ ମହିଳା ଜଣକ ଗୁରୁତର ଅବସ୍ଥାରେ ରହିଛନ୍ତି। କିପରି ନଦୀ ପାର କରାଇ ମହିଳାଙ୍କୁ ମେଡିକାଲ ଅଣାଯିବ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଥିଲା।
ଏନେଇ ସ୍ଥାନୀୟ ସିଆରପିଏଫ ଯବାନଙ୍କୁ ଏନେଇ ଖବର ଦେବା ପରେ ତୁରନ୍ତ ଯବାନ ଏକ ବୋଟର ବ୍ୟବସ୍ଥା କରି ନଦୀ ପାର କରି ଗାଁରେ ପହଞ୍ଚି ଗର୍ଭବତୀ ମହିଳାଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରାଇଥିଲେ। ମହିଳା ଜଣକ ସୁରକ୍ଷିତ ଭାବେ ଗାଙ୍ଗଲୁର ମେଡିକାଲରେ ଭର୍ତ୍ତି ହେବା ପରେ ଡାକ୍ତର ତାଂକର ଡେଲିଭେରୀ ଆରମ୍ଭ କରିଥିଲେ।
ଏହି ଅଂଚଳ ନକ୍ସଲଙ୍କର ଗଡ ହୋଇଥିଲେ ମଧ୍ୟ ଯବାନ ନକ୍ସଲଙ୍କର ଦାଦାଗିରିକୁ ଭୟ ନକରି ମହିଳାଙ୍କ ଜୀବନ ବଞ୍ଚାଇଥିଲେ। ଏହି ଘଟଣାରେ ସାମିଲ ଥିଲେ ସିଆରପିଏଫର କୁମ୍ଭାର କୃଷ୍ଣ ରାଓ, ଜିଲ୍ୟୁସ ତିର୍କି, କୃଷ୍ଣଦେବ ଚାଲକି, ସଂଦୀପ ଭଗତ, ମୀନାରାମ ତେଲମ, ରାମଚନ୍ଦ୍ର ପାୱାର, ରୈନୁ ମିଜ୍ଜି, କହ୍ନେୟା ଦୁବ୍ବା, ଅରୁଣ ଦୁବ୍ବା ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/jmX33YgAHvvchzVbaDdB.jpeg)