କୋରାପୁଟ: ଓଡିଶାର ପର୍ଯ୍ୟଟନ ଶିଳ୍ପର ମଙ୍ଗ ଧରିବ କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରର ପଣ୍ଡି ଘାଟ। ଏଠାରେ ଚାଳିବ ଅତ୍ୟାଧୁନିକ କ୍ରୁଜ୍। କ୍ରୁଜରେ ବସି ପର୍ଯ୍ୟଟକମାନେ ଜଳଭଣ୍ଡାରର ପ୍ରାକୃତିକ ବିଭବକୁ ଉପଭୋଗ କରିବେ। କୋରାପୁଟ କଫିର ମଜା ନେବେ। ଏଠାରେ ପୂର୍ବରୁ ବୋଟ ରହିଥିଲା। ତେବେ କ୍ରୁଜ ଆସିବା ପରେ ପର୍ଯ୍ୟଟନ ଓ କୃଷି ଉଦ୍ୟୋଗ ଶିଳ୍ପ ଜୋର ଧରିବ। କ୍ରୁଜ୍ କିଣାଯିବା ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅର୍ଡର ଦିଆଯାଇଥିବା ସୂଚନା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଜିଲ୍ଲାପାଳଙ୍କୁ ଦେଇଥିବା କହିଛନ୍ତି ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍। ପଣ୍ଡିଘାଟରେ ୧୦କୋଟି ଖର୍ଚ୍ଚରେ ସଂଗ୍ରହଳାୟ ବି ନିର୍ମାଣ କରାଯିବ। ଏହା ବାଦେ ପଣ୍ଡିଘାଟ ଓ ମାଲକାନଗିରୀ ଜିଲ୍ଲାର ସତୀଗୁଡାକୁ ଉନ୍ନୟନ ପାଇଁ ୩୫କୋଟିର ବ୍ୟୟବରାଦ ହୋଇଥିବା ସୂଚନା ମିଳିଥିବା କହିଛନ୍ତି ଜିଲ୍ଲାପାଳ।
କୋରାପୁଟ ସହର ଠାରୁ ମାତ୍ର ୮ କିଲୋମିଟର ଦୂରରେ କୋଲାବ ଜଳଭଣ୍ଡାର କୂଳରେ ରହିଥିବା ପଣ୍ଡି ଘାଟରୁ। ଜଳଭଣ୍ଡାର ମଧ୍ୟରେ ଥିବା ୪ଟି ଟାଫୁର ସୌନ୍ଦର୍ଯ୍ୟକରଣ ସହ ଘାଟରେ ଅନୁସଙ୍ଗିକ ଭିତ୍ତିଭୂମିର ବିକାଶ ସହ ଜଳକ୍ରୀଡା, ବୋଟିଂ ଆଦିର ବ୍ୟବସ୍ଥା କରାଯିବାକୁ କରାଯାଇଛି ଡିପିଆର। କୋରାପୁଟର ପ୍ରାକୃତିକ ବିଭବ, ଆଦିବାସୀ ପରମ୍ପରା, ଲୋକକଳା, ନୃତ୍ୟ ନିଆରା।
/sambad/media/media_files/2025/02/12/pandighat1.jpg)
ସେହିପରି କୋରାପୁଟ କଫି, କଳାଜିରାଧାନ, ମାଣ୍ଡିଆ, ସୁଆଁ, କାଙ୍ଗୁ, ହଳଦୀ,ଲେମନଗ୍ରାସ୍ ତେଲ, ହଳଦୀ ସାବୁନ ଆଦି ଖାଦ୍ୟପେୟ, ହସ୍ତତନ୍ତ କୋଟପାଡ ମିର୍ଗାନୀ ଶାଢ଼ି, ଲମତାପୁଟ କେରଙ୍ଗ ଲୁଗା, ଆଦି କୋରାପୁଟକୁ ବିଶ୍ବଦରବାରରେ ପହଚାଂଇଛି। ଏଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ବି ଅନ୍ୟ କେଉଁ ଜିଲ୍ଲାରେ ଦେଖିବାକୁ ମିଳିବନି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର କୋରାପୁଟ କଫି, କଳାଜିରା ଧାନ, ମାଣ୍ଡିଆ, ସୁଆଁ ଆଦି ଖାଦ୍ୟ ସହ ପର୍ଯ୍ୟଟନସ୍ଥଳୀକୁ ଯୋଡି ବ୍ରାଣ୍ଡିଂ କରି ପର୍ଯ୍ୟଟନଶିଳ୍ପର ବିକାଶ କରିବାକୁ ଯୋଜନା କରିଛି।
କୋଲାବ ଜଳଭଣ୍ଡାର କୂଳରେ ରହିଥିବା ପଣ୍ଡି ଘାଟରେ ଏହି ଯୋଜନାକୁ ସଫଳ ରୁପାୟନ କରାଯିବାକୁ ଯୋଜନା କରିଛି ଜିଲ୍ଲାପ୍ରଶାସନ। ପଣ୍ଡିଘାଟର ସମ୍ପୁର୍ଣ୍ଣ ସୌନ୍ଦର୍ଯ୍ୟକରଣ , ଆଲୋକୀକରଣ, ରାସ୍ତା, ପାର୍କିଂ , ବୋଟିଂ ଓ ଜଳକ୍ରୀଡାର ବ୍ୟବସ୍ଥା କରାଯିବ। ଜଳକ୍ରୀଡା କରିବା ପାଇଁ ଛୋଟ ବଡ ମୋଟର ଚାଳିତ ଡଙ୍ଗା, ଜଳକ୍ରୀଡା ବାଇକ୍ ଆଦି ବି ରଖାଯିବାର ଯୋଜନା ରହିଛି। ଟାପୁ ଗୁଡିକର ବିକାଶ କରାଯିବ। ସେଠାକୁ ଲୋକେ ବୁଲି ଯାଇ ପ୍ରାକୃତିକ ବିଭବର ମଜା ନେଇ ପାରିବେ। ଏହା ସାଙ୍ଗକୁ ଘାଟକୁ ଲାଗିକି ରହିଛି ୧୦୦ ଏକର ଜମି।
ଏହି ଜମିକୁ ଇଡକୋକୁ ଇଣ୍ଡିଷ୍ଟ୍ରିଆଲ୍ ଇଷ୍ଟେଟ କରିବାକୁ ଲିଜ୍ ରେ ଦିଆଯାଇଛି। ଇଡକୋ ଏଠାରେ କୃଷି ଉଦ୍ୟୋଗ, ହୋଟେଲ, ହସ୍ତତନ୍ତ, କୋରାପୁଟ କଫି, ମାଣ୍ଡିଆ ସହ କ୍ଷୁଦ୍ର ଶସ୍ୟ ବିକ୍ରୀ ବଟାର ବଜାର ପ୍ରସ୍ତୁତ କରିବେ। ଯେଉଁ ଉଦ୍ୟୋଗୀ ମାନେ ହୋଟେଲରୁ ଆରମ୍ଭ କରି କୃଷି ଉଦ୍ୟୋଗ, ହସ୍ତତନ୍ତର ବିକ୍ରୀବଟା କରିବାକୁ ଏଠାରେ ଏସବୁ ଖୋଲିବାକୁ ଚାହିଁବେ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୁର୍ଣ୍ଣ ରୁପେ ସହଯୋଗ ଯୋଗାଇ ଦିଆଯିବ। ଏସବୁ କରିବା ପାଇଁ ରାଜ୍ୟସରକାର ବି ସବସିଡି ବି ଯୋଗାଇବେ ବୋଲି କହିଛନ୍ତି ଜିଲ୍ଲାପାଳ। ଜିଲ୍ଲାର ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ବିଭିନ୍ନ ବର୍ଗର କରିଡର କରାଯାଇ କୋରାପୁଟକୁ ରାଜ୍ୟର ପ୍ରମୁଖ୍ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କହିଛନ୍ତି ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/02/d58ab9c9-f48a-41b4-9bc5-8a741311d5b0-354105.jpg)