ପୁନେ: ମହାରାଷ୍ଟ୍ରର ପୁନେସ୍ଥିତ ଜଗନ୍ନାଥ ସେବା ସମିତି ଏକ ଦଶନ୍ଧି ଧରି ରଥଯାତ୍ରା ଆୟୋଜନ କରି ଆସୁଛି। ଚଳିତ ଥର ଏହି ଆଧ୍ୟାତ୍ମିକ ଯାତ୍ରାରେ ଦଶ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ମନ୍ଦିର ପରିସରକୁ ଉତ୍ସବ ମୁଖରିତ କରିପାରିଛି। ଜଗନ୍ନାଥ ସେବା ସମିତି ପୁନେ ବହୁ ଆଡମ୍ବରପୂର୍ଣ୍ଣ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅୟୋଜନ କରିବାରେ ସଫଳ ହେଇଥିଲା।
/filters:format(webp)/sambad/media/media_files/2025/07/05/3c9f8a52-3c28-45bc-a672-82f8b0906846-2025-07-05-17-46-32.jpg)
ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ମନ ଭାରି କାର୍ଯକ୍ରମ ଉପଭୋଗ କରିପାରିଥିଲେ। ଭଜନ ସନ୍ଧ୍ୟାର ମୂର୍ଚ୍ଛନା, ଓଡ଼ିଶୀ, ଭାରତନାଟ୍ୟମ୍, ସମ୍ବଲପୁରୀ, କଥକ୍ ନୃତ୍ୟ ଦେଖଣାହାରି ଙ୍କୁ ମନ୍ତ୍ରମୁଧ କରିବାରେ ସମର୍ଥ ହେଇଥିଲା। ସଂସ୍କୃତି ଏବଂ ଆଧ୍ୟାତ୍ମିକର ଅପୂର୍ବ ସମାଗମ ପରିବେଶକୁ ସକାରାତ୍ମକ ଅନୁଚିନ୍ତା ପାଇଁ ବାଟ କଢ଼େଇ ପାରିଥିଲା। ସମିତି ପକ୍ଷରୁ ପ୍ରଭୁଙ୍କ ସେବାରେ ସର୍ବଦା ତତ୍ପର ଏବଂ ପୂର୍ଣ୍ଣ ସମର୍ପଣ, ଉତ୍ସାହ ସହ ଚେଷ୍ଟାରତ।
ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ରଙ୍ଗୀନ ସାଂସ୍କୃତିକ କାର୍ଯକ୍ରମ ଆୟୋଜିତ ହେଇଯାଇଛି। ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରୁ ଆରମ୍ଭ ଏ ମହାପରବ ଓଡ଼ିଆଙ୍କ ମନ ଶରୀରରେ ଶିହରଣ ଆଣିଛି। ଆଭିଜାତ୍ୟ ପରିପୂର୍ଣ୍ଣ ପ୍ରାଚୀନ ଉତ୍କଳୀୟ ପରମ୍ପରାର ଉଦାହରଣ ଏ ଘୋଷଯାତ୍ରା, ସଙ୍ଗୀତ, ଦର୍ଶନ, ନୃତ୍ୟ, ଆଲଟଚାମର, ଭକ୍ତି, ଭକ୍ତ, ବେଦମନ୍ତ୍ର, ରଥଟଣା, ପହଣ୍ଡି, ଅଷ୍ଟାଙ୍ଗ ବିଧି ନେଇ ପରିଚାଳିତ ହେଉଛି। ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ଵଜ ରଥ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଏବଂ ଭଉଣୀ ସୁଭଦ୍ରାଙ୍କ ବିଗ୍ରହ ବଡ଼ଦେଉଳରୁ ଗୁଣ୍ଡିଚା ମନ୍ଦିରକୁ ଯାଇ, ସେଠି ସପ୍ତାହେ ଅବସ୍ଥାନ କରିଛନ୍ତି। ଦଶମୀ ତିଥିରେ ବଡ଼ ଦେଉଳକୁ ବାହୁଡୁଛନ୍ତି। ଚଳନ୍ତି ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଙ୍କ ଆରାଧ୍ୟ ଦେବତା।
/filters:format(webp)/sambad/media/media_files/2025/07/05/46c1c343-7967-4454-959b-06518bbb69cc-2025-07-05-17-46-32.jpg)
ଅଗ୍ରୀମ ଭୂମିକାରେ ପ୍ରଦୀପ ରାଉତ, ମୋନାଲିସା ରଥ, ସୁସଞ୍ଜିତା ରାୟ ଥିଲେ। ଶକ୍ତି ନନ୍ଦ ଏବଂ ବନ୍ଧୁ ଭଜନ ସନ୍ଧ୍ୟାର ପରିବେଶକୁ ଆଧ୍ୟାତ୍ମ୍ୟ ସହ ଯୋଡ଼ିପାରିଥିଲେ। ସୁଶ୍ରୀ ପ୍ରଚିତୀ ଦାଙ୍ଗେ, ସୁଶ୍ରୀ ପ୍ରିୟା ଚକ୍ରବର୍ତ୍ତୀ, ସୁଶ୍ରୀ ମଧୁମିତା, ସୁଶ୍ରୀ ସ୍ନେହଲତା କଳା କେନ୍ଦ୍ର, ସୁଶ୍ରୀ ମନସ୍ଵି ସେଠୀଙ୍କ ନୃତ୍ୟ ମଣ୍ଡଳୀ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନାର ଗୁରୁ ଦାୟିତ୍ଵ ଶ୍ରୀମତି ମୋନାଲିସା ଏବଂ ସୁଶ୍ରୀ ଶୁଭଦର୍ଶୀନି ନିର୍ବାହ କରିଥିଲେ। ଅୟୋଜକ ଗୋଷ୍ଠୀର ସଦସ୍ୟ ସସ୍ମିତା ମହାପାତ୍ର, ଜିତେନ୍ଦ୍ର ମହାନ୍ତି, ରମାକାନ୍ତ ସାହୁ, ଲଳିତ ସାହୁ, ମାନସ ରଞ୍ଜନ ସାହୁ, ଆଶା ରଥ, ପ୍ରଭାତ ନଳିନୀ ବଳ, ଅମୂଲ୍ୟ ବଳ ଏବଂ ସମସ୍ତ ସହାୟକ ଗୋଷ୍ଠୀର ଅକ୍ଲାନ୍ତ ପରିଶ୍ରମରେ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତା ସହିତ ଅନୁଷ୍ଠିତ ହେଇଯାଇଛି।
rath yatra
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/89305c42-0244-414a-a29e-529702967267-2025-07-05-17-46-32.jpg)