କୋରାପୁଟ: ଭାରର ସମ୍ବିଧାନର ପ୍ରଣେତା, ସମାଜ ସଂସ୍କାରକ ତଥା ବିଶିଷ୍ଟ ଶିକ୍ଷାବିତ୍ ଭାରତ ରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳରେ ୭-୧୫ ଏପ୍ରିଲ ୨୦୨୫ "ସମର୍ଥ ସପ୍ତାହ" ଶୀର୍ଷକ ପାଳିତ ହେଉଥିବା ଏକ ସପ୍ତାହ ବ୍ଯାପୀ ଉତ୍ସବ କାର୍ଯ୍ୟକ୍ରମ ର ଅଂଶ ସ୍ୱରୂପ 'Realising the Constitutional Goals in Contemporary India from Dr. B.R. Ambedkar’s Perspective’ ଶୀର୍ଷକ ଏକ ଜାତୀୟ ସେମିନାର ୧୫ ଅପ୍ରିଲ ୨୦୨୫ ରେ ଅନୁଷ୍ଠିତ ହୋଇଯାଇଛି।

Advertisment

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫେସର ସଞ୍ଜୟ ପାଶୱାନ, ସମ୍ମାନିତ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, ଅଖିଳ ଭାରତ ସମରସ୍ତା ପ୍ରମୁଖ ଶ୍ୟାମ ପ୍ରସାଦ, ସେମିନରର ଅଧ୍ୟକ୍ଷ ତଥା ଅର୍ଥନୀତି ବିଭାଗମୁଖ୍ୟ ପ୍ରଫେସର ରଥିକାନ୍ତ କୁମ୍ଭାର ଓ କାର୍ଯ୍ୟକ୍ରମର ଆବାହକ ଡ. ଗୌରବ ରଞ୍ଜନଙ୍କ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର ଏକ ଭାରତ ଶ୍ରେଷ୍ଠ ଭାରତ, ଡ. ଆମ୍ବେଦକର ଚେୟାର ଅଫ୍ ଏକ୍ସଲେନ୍ସ,, ଆଦିବାସୀ କଲ୍ୟାଣ ଓ ଗୋଷ୍ଠୀ ବିକାଶ କେନ୍ଦ୍ର, ସିୟୁଓର ଏସସି/ଏସଟି ସେଲ୍, ସମାଜବିଜ୍ଞାନ ବିଭାଗ ଓ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅବସରରେ ପ୍ରଫେସର ତ୍ରିପାଠୀ କହିଥିଲେ ଯେ ଡ. ଆମ୍ବେଦକର ସର୍ବଦା ଏକ ବିକଶିତ ସମାଜର ସ୍ୱପ୍ନ ଦେଖିଥିଲେ ଯାହା ଶିକ୍ଷା ମାଧ୍ୟମରେ ହାସଲ କରାଯାଇପାରିବ। ଶିକ୍ଷା ପାଇଁ ତ୍ୟାଗ ଦରକାର ଏବଂ ଛାତ୍ର ଓ ଶିକ୍ଷକମାନେ ତ୍ୟାଗ ମାଧ୍ୟମରେ ସମାଜ ପାଇଁ କାମ କରିବା ଦରକାର ବୋଲି ସେ କହିଥିଲେ। ଏଥିପାଇଁ ମାନସିକତା ବିକଶିତ ହେବା ଦରକାର, ଯାହା କି ଡ. ଆମ୍ବେଦକରଙ୍କ ଉଦ୍ଦେଶ୍ୟ ଥିଲା। ବିଦ୍ୟାର୍ଥୀମାନେ ଗବେଷଣା ମାଧ୍ୟମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ୍। ଏଥିପାଇଁ ଡ. ଆମ୍ବେଦକରଙ୍କ ଉପରେ ଏକ ସଚେତନତା କେନ୍ଦ୍ର ଏବଂ ଏକ କର୍ପସ ପାଣ୍ଠି ବିକଶିତ କରିବାକୁ ବିଶ୍ୱବିଦ୍ୟାଳୟ ଯୋଜନା କରୁଛି ବୋଲି ସେ ଘୋଷଣା କରିଥିଲେ।

publive-image

ଡ. ଆମ୍ବେଦକରଙ୍କ ସ୍ୱପ୍ନ ସାକାର ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରଫେସର ପାସୱାନ୍ ଅନୁରୋଧ କରିଥିଲେ। ଆମ୍ବେଦକର ବିକାଶ ପାଇଁ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆମକୁ ମଧ୍ୟ ଏହାକୁ ଅନୁସରଣ କରିବା ଉଚିତ ବୋଲି ସେ କହିଥିଲେ। ଆନ୍ତଃଶୃଙ୍ଖଳା ଶିକ୍ଷା ବ୍ୟବସ୍ଥାର ଯୁଗରେ ଆମେ ମାନବ ଉତ୍କର୍ଷତା ଏବଂ ମାନବ ବିକାଶ ପାଇଁ କାମ କରିବା ଉଚିତ୍। ଡକ୍ଟର ଆମ୍ବେଦକର ଙ୍କୁ ସାମାଜିକ ନ୍ୟାୟ ଏବଂ ସାମାଜିକ ମୁକ୍ତି ପାଇଁ ତାଙ୍କର ଲଢ଼େଇ ପାଇଁ ସ୍ମରଣ କରାଯାଏ। ସାମାଜିକ ସମାନତା ରେ ଡ. ଆମ୍ବେଦକରଙ୍କ ମାର୍ଗଅନୁସରଣ କଲେ ଏହା ଏକ ଉପଯୁକ୍ତ ସ୍ମୃତି ହେବ। କର୍ପୋରେଟୀକରଣ ପରିବର୍ତ୍ତେ ସମବାୟ କରିବା ସମୟର ଆବଶ୍ୟକତା ଆସିଛି। ଆମେ ସମସ୍ତେ ସମବାୟ ଅଭିଯାନ ପାଇଁ କାମ କରିବା ଉଚିତ୍। ବିକାଶ ପଥରେ ବିରୋଧୀ ଶକ୍ତି ପରିବର୍ତ୍ତେ ଗଠନମୂଳକ ଶକ୍ତିରେ କାମ କରିବା ଦରକାର ବୋଲି ସେ କହିଛନ୍ତି। ସ୍ୱାଧୀନତା ପରେ ରାଜନୈତିକ ଗଣତନ୍ତ୍ର ହାସଲ ହୋଇଥିଲେ ମଧ୍ୟ ସାମାଜିକ ଗଣତନ୍ତ୍ର ଏପର୍ଯ୍ୟନ୍ତ ହାସଲ ହୋଇପାରିନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ।

ଶ୍ରୀ ରଘୁରାମ ମାଛ କହିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ଯୋଗୁଁ ସମାଜର ବଞ୍ଚିତ ଶ୍ରେଣୀ ସାମାଜିକ ଓ ଅର୍ଥନୈତିକ ଲାଭ ପାଉଛନ୍ତି। ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାକୁ ସେ ସମସ୍ତ ସମ୍ପ୍ରଦାୟକୁ ଅନୁରୋଧ କରିଥିଲେ। ସମସ୍ତଙ୍କ ପାଇଁ ଶିକ୍ଷା ଉପରେ ଡ. ଆମ୍ବେଦକରଙ୍କ ସ୍ୱପ୍ନ ଖୁବ୍ ଶୀଘ୍ର ପୂରଣ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଶ୍ରୀ ଶ୍ୟାମ ପ୍ରସାଦ କହିଥିଲେ ଯେ ଯଦି ଆମେ ଡ. ଆମ୍ବେଦକରଙ୍କ ଚିନ୍ତାଧାରାକୁ ସାକାର କରିବାକୁ ଚାହୁଁଛୁ, ତେବେ ଆମକୁ ପ୍ରଥମେ ଭାରତୀୟ ସମ୍ବିଧାନକୁ ଜାଣିବାକୁ ପଡ଼ିବ, ଯାହାଦ୍ୱାରା ସମସ୍ତେ ସାମ୍ବିଧାନିକ ନୈତିକତା ଜାଣିବା ଉଚିତ। ସମ୍ବିଧାନର ରେଖା ସମସ୍ତେ ଜାଣିଲେ ଭାରତ ବିକାଶ ହାସଲ କରିପାରିବ। ପ୍ରତ୍ୟେକ ପାଠ୍ୟକ୍ରମରେ ଭାରତୀୟ ସମ୍ବିଧାନ ଶିକ୍ଷା ଦିଆଯିବା ଦରକାର, ଯାହାଦ୍ୱାରା ଆମେ ଆମର ନୈତିକ ପରିଚୟ ଜାଣିପାରିବା ବୋଲି ସେ କରିଥିଲେ।

ପ୍ରଫେସର ରତିକାନ୍ତ କୁମ୍ଭାର ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି କହିଥିଲେ ଯେ ଡ. ଆମ୍ବେଦକର ଙ୍କ ଦ୍ୱାରା ନିଆଯାଇଥିବା ସକାରାତ୍ମକ ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ପୂରଣ ଏବଂ ମୂଲ୍ୟାଙ୍କନର ଆବଶ୍ୟକତା ଆକଳନ କରିବାର ସମୟ ଆସିଛି। ଡ. ଗୌରବ ରଞ୍ଜନ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ଏକ ଭାରତ ଶ୍ରେଷ୍ଠ ଭାରତରର ନୋଡାଲ ଅଫିସର ଡ ସୌରଭ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆୟୋଜକ ସଦସ୍ୟ ଡ. କପିଳା ଖେମୁଣ୍ଡୁ, ଡ. ବିକେ ଶ୍ରୀନିବାସ, ଡ. ନେଶା ଶବରଙ୍କ, ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ, ଡ. ଫଗୁନାଥ ଭୋଇ  ସମେତ ବିଶ୍ବବିଦ୍ୟାଳୟର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଧ୍ୟାପକ, ବିଦ୍ୟାର୍ଥୀ ଓ ଛାତ୍ରଛାତ୍ରୀମାନେ ସେମାନଙ୍କର ଗବେଷଣା ପତ୍ର ଉପସ୍ଥାପନ କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ, ପାଟଣାର ପ୍ରଫେସର ପ୍ରେମାଂଶୀ ଜୟଦେବ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷା ଉପରେ ଡ. ଆମ୍ବେଦକରଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ୭ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଶୋଭାଯାତ୍ରା, ବକ୍ତୃତା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, ଗୀତ ପ୍ରତିଯୋଗିତା ଓ ସମାପନ ଶୋଭାଯାତ୍ରା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୭ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ, କର୍ମଚାରୀ ଓ ଗବେଷକମାନେ ଆନନ୍ଦ ଓ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ବୋଲି ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି। 

CUO Koraput