ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନ’ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧିନ ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ରହିଛି। ଏହି ବାତ୍ୟା ରାତି ୧ରୁ ୨ଟା ଭିତରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି। ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ଯାଇ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାତ୍ୟା ସଂପର୍କିତ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତି ୧୧ଟା ୧୫ରେ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି।
ଶ୍ରୀ ମାଝୀ କହିଛନ୍ତି, ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ଯାଇ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବରିଷ୍ଠ ଅଧିକାରୀମାନେ ମଧ୍ୟ ଜିଲ୍ଲାରେ ଉପସ୍ଥିତି ଅଛନ୍ତି। ସଠିକ ଢଙ୍ଗରେ ସମସ୍ତ ବ୍ୟବସ୍ଥା କରାଯାଇଛି। ବାତ୍ୟାସ୍ଥଳୀକୁ ସ୍ଥାନାନ୍ତରିତ ପାଇଁ ୧୦ ଲକ୍ଷ ଟାର୍ଗେଟ ରଖିଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ଦିଗ ବଦଳିବାରୁ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ ରହିଥିଲା। ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ସମସ୍ତ ଅଧିକାରୀ ସକ୍ରିୟ ଭାବେ କାମ କରି ଏପର୍ଯ୍ୟନ୍ତ ୫ ଲକ୍ଷ ୮୪ ହଜାର ୮୮୮ ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି। ଏବେ ବି ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିଛି। ଏହା ୬ ଲକ୍ଷ ପାର କରିପାରେ।
/sambad/media/media_files/2024/10/24/rsZbLTUTyxlqvdfZRR1z.jpeg)
ଲୋକଙ୍କ ପାଇଁ ୮୩୮୩ ବାତ୍ୟା ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ଥିବା ମନ୍ତ୍ରୀ ବିଧାୟକ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛି। କେନ୍ଦ୍ର ସରକାର ପ୍ରସ୍ତୁତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତିମ ବାଲେଶ୍ବର ଜିଲ୍ଲା ୧ ଲକ୍ଷ ୭୨ ହଜାର ୯୧୬, ମୟୂରଭଂଜ ୧ ଲକ୍ଷ, ଭଦ୍ରକ ୭୫ ହଜାର, ଯାଜପୁରରେ ୫୮ ହଜାର, କେନ୍ଦ୍ରାପଡା ୪୬ ହଜାର ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି। ମା ଗୃହକୁ ୪ ହଜାର ୪୩୧ ଜଣଙ୍କୁ ସ୍ତାନାନ୍ତରିତ କରାଯାଇଥିବା ବେଳେ ୧୬୦୦ ମହିଳା ଗର୍ଭ ଦାନ କରି ସୁରକ୍ଷିତ ଅଛନ୍ତି।
୮୩୮୩ ବାତ୍ୟା ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ଥିବା ମନ୍ତ୍ରୀ ବିଧାୟକ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବାତ୍ୟା ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ, ଶିଶୁଙ୍କ ଖାଦ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ରେଡ଼କ୍ରସ ଠାରେ ରିଲିଫ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛି। ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ପରିବହନ ସ୍ୱାଭାବିକ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ମରାମତି ପାଇଁ ଟିମ ପ୍ରସ୍ତୁତ ହୋଇ ମୁତୟନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ। ଲ୍ୟାଣ୍ଡଫଲ ପରେ ଯେଉଁ ଯେଉଁ ଜିଲ୍ଲାକୁ ପ୍ରଭାବିତ କରିବ। ଢେଙ୍କାନାଳ, ଅନୁଗୁଳରେ ମଧ୍ୟ ସ୍ଥାନାନ୍ତରିତ ଏବଂ ବ୍ୟାପକ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଦକ୍ଷେପ ସରକାର ସଫଳ ହେବ। ଜିରୋ କାଜୁଆଲିଟି ମିସନ ମଧ୍ୟ ସଫଳ ହେବ। ଆତଙ୍କିତ ନହୋଇ ସମସ୍ତେ ଯେଉଁଠି ଅଛନ୍ତି ସୁରକ୍ଷୀତ ରୁହନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/21/b13D48Sx0wN8zmZYDGij.png)