ଡି ପୁରନ୍ଦେଶ୍ୱରୀ ହେଲେ ବିଜେପିର ନୂଆ ଓଡ଼ିଶା ପ୍ରଭାରୀ, ବିଜୟପାଲ ସିଂହ ତୋମାର ସହ-ପ୍ରଭାରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ଆଜି ନବନିଯୁକ୍ତ ରାଜ୍ୟ ପ୍ରଭାରୀଙ୍କ ସୂଚୀ ଜାରି କରିଛି।  ଏହି କ୍ରମରେ ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ନୂତନ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି। ସେହିପରି ବିଜୟପାଲ ସିଂହ ତୋମାରଙ୍କୁ ଓଡ଼ିଶା ସହ-ପ୍ରଭାରୀ ଦାୟିତ୍ୱ ମିଳିଛି।

ଅନ୍ୟ ପକ୍ଷରେ ଓଡ଼ିଶାର ଦୁଇ ଜଣ ନେତାଙ୍କୁ ମିଳିଛି ସାଂଗଠନିକ ଦାୟିତ୍ବ। ବିଜେପି ମୁଖପାତ୍ର ଡା.ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ପଦ ମିଳିଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ଓ ଦିଲ୍ଲୀର ପ୍ରଭାରୀ ଦାୟିତ୍ୱ ମିଳିଛି। ବିଶେଶ୍ୱର ଟୁଡୁଙ୍କୁ ମଧ୍ୟପ୍ରଦେଶ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି।

 

ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି ଆଜି ନିଜର ରାଜ୍ୟସ୍ତରୀୟ ସାଂଗଠନିକ ପ୍ରଭାରୀ ତାଲିକା ଜାରି କରିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କ ଦ୍ବାରା ଅନୁମୋଦନ ପରେ ବିଜେପି ୩୬ଟି ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ତାଲିକା ପ୍ରକାଶ କରିଛି ।

ସମ୍ବନ୍ଧିତ ଖବର