କୋଣାର୍କ: କୋଣାର୍କ-କାକଟପୁର ମୁଖ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ଘରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କୋଣାର୍କ ଥାନା ଅଧୀନସ୍ଥ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ରାଉଳପାଟଣା ଛକ ନିକଟସ୍ଥ ଏକ ନିର୍ମାଣାଧୀନ କାର୍ଯ୍ୟ ଚାଲିଥିବା ଛାତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ମୃତକଙ୍କ ପରିଚୟ ମିଳିଛି। ସେ ହେଲେ କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମର ପ୍ରଦୀପ ମହାପାତ୍ର (୫୦)। ସେ ଜଣେ ଅଟୋ ଚାଳକ ହୋଇଥିବା ବେଳେ ଉକ୍ତ ଅଟୋଟି ରାସ୍ତା ପାର୍ଶ୍ବର ଘଟଣାସ୍ଥଳରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଘଟଣାସ୍ଥଳରେ କୋଣାର୍କ ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/11/pxeoKmgIagcDZTFBfPOj.jpg)