ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ଏହି ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ପୂଜା କାର୍ଯ୍ୟରେ ଶ୍ରୀମନ୍ଦିର ଦଇତାପତିମାନେ ସାମିଲ ହୋଇଛନ୍ତି। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ କଡ଼ା ସୁରକ୍ଷା ଭିତରେ ମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଛି। ଇସ୍କନ ଭକ୍ତମାନେ ୫୬ ଭୋଗ ରନ୍ଧନରେ ସାମିଲ ହୋଇଥିବା ବେଳେ ପ୍ରାଣ ପ୍ରତିଷ୍ଠାରେ ପୁରୀ ଦଇତାପତି ନିୟୋଜିତ ହେଉଛନ୍ତି। ସବୁଠାରୁ ବଡ଼ କଥା ହେଲା ବିଶ୍ବନିୟତା ପ୍ରଭୁ ଜଗନ୍ନାଥ ମନ୍ଦିରର ଦଇତାପତିମାନେ ଅନ୍ୟତ୍ର ପ୍ରତିଷ୍ଠା ହେଉଥିବା ମନ୍ଦିରରେ କିପିରି ଯୋଗଦେଇଛନ୍ତି? କାରଣ ବିଧି ଅନୁସାରେ ପୁରୀ ଦଇତାପତିମାନେ କେବଳ ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ହେବା କଥା।
ପ୍ରାୟ ୨୦ ଏକର ଜମିରେ ପୁରୀ ଜଗନ୍ନାଥ ମନ୍ଦିର ସଦୃଶ ନିର୍ମିତ ଦୀଘା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଆସନ୍ତା ୩୦ ତାରିଖ ଦିନ ଅକ୍ଷୟ ତୃତୀୟା ଅବସରରେ ଏହି ମନ୍ଦିରର ପ୍ରତିଷ୍ଠା ହେବ। ଏଥି ପାଇଁ କଡ଼ା ସୁରକ୍ଷା ଭିତରେ ମନ୍ଦିର ନୀତିକାନ୍ତି ସହ କଳସ ଯାତ୍ରା ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି।
କ’ଣ କହିଥିଲା ପଷ୍ପାଳୟ ନିଯୋଗ
-ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି ସ୍ବତନ୍ତ୍ର ଓ ଅନନ୍ୟ ଏବଂ ଏହା ବହୁ ପୁରାତନ ପରଂପରା ଅନୁଯାୟୀ ଚାଲି ଆସୁଛି।
ପଶ୍ଚିମବଙ୍ଗ ସରକାର ଦୀଘାଠାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅବିକଳ ନକଲ କରିବା ସହ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ଅବିକଳ ନକଲ କରିବାକୁ ଘୋଷଣା କରିଛି।
-ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିନ ଠାରୁ ଅନ୍ୟାନ୍ୟ ଦିନଗୁଡ଼ିକରେ ସେଠାକାର ଆରତୀ, ବେଶ, ଅବକାଶ ପୂଜା କାର୍ଯ୍ୟକ୍ରମରେ କୌଣସି ସଭ୍ୟ ସାହାଯ୍ୟ କଲେ ଏହା ନିଯୋଗ ବିରୁଦ୍ଧ କାର୍ଯ୍ୟ।
-ଯେଉଁ ସଭ୍ୟ ଦୀଘା ଜଗନ୍ନାଥ ମନ୍ଦିର କାର୍ଯ୍ୟରେ ସହଯୋଗ କରିବେ ଏବଂ ପ୍ରମାଣିତ ହେବେ ତାଙ୍କୁ ନିଯୋଗରୁ ବାସନ୍ଦ କରାଯିବ। ନିର୍ଦ୍ଦେଶନାମାକୁ କେହି ଉଲ୍ଲଂଘନ କଲେ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ମହାସୁଆର ନିଯୋଗର ଚେତାବନୀ
-ସୁଆର ମହାସୁଆର ନିଯୋଗ ସମସ୍ତ ସଭ୍ୟ ଓ ରୋଷସଂପୃକ୍ତ କର୍ମଚାରୀ ଯଥା ଯୋଗାଣିଆ, ତୁଣିଆ, ପାଣିଆମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲା ଯେ, ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିନ ସେଠାକାର ରୋଷ କାର୍ଯ୍ୟରେ କୌଣସି ସଭ୍ୟ କର୍ମଚାରୀ ସହଯୋଗ କରିପାରିବେ ନାହିଁ।
-ଅମାନିଆ ସୁପକାର ସଭ୍ୟଙ୍କୁ ନିଯୋଗରୁ ବାସନ୍ଦ କରାଯିବ। କର୍ମଚାରୀମାନଙ୍କୁ ରୋଷ କାର୍ଯ୍ୟରୁ ସବୁଦିନ ପାଇଁ ନିଲମ୍ବିତ କରାଯିବ।
-ଉପରୋକ୍ତ ନିର୍ଦ୍ଦେଶନାମାକୁ କେହି ଅବମାନନା କଲେ, ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପୁରୀରେ ଏହାକୁ ନେଇ ଜାରି ହୋଇଥିବା କଟକଣା ସଂପର୍କିତ ବିଜ୍ଞପ୍ତିକୁ ଜଗନ୍ନାଥ ପ୍ରେମୀମାନେ ସ୍ବାଗତ କରିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରେ ପୁରୀ ଦଇତାପତି ସାମିଲ ହେବାକୁ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି।
ପୁରୀରେ କଡା ନିର୍ଦ୍ଦେଶ ପରେ ବି ଦଇତାପତିଙ୍କ ସହ ଅନ୍ୟ ସେବାୟତ ଦୀଘା ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ସାମିଲ ହୋଇଛନ୍ତି।ପୁରୀରେ ପୁଷ୍ପାଳକ ନିଯୋଗ ପକ୍ଷରୁ ସମସ୍ତ ପୁଷ୍ଫାଳକ ସେବକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ସମସ୍ତ ନୀତିରେ ଦୀଘାରେ ଯୋଗଦାନ କରିବେ ତାହେଲେ ନିଯୋଗ ବିରୋଧ କାର୍ଯ୍ୟ ବୋଲି ଅଭିହିତ କରାଯାଇ ବାସନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ସୁଆର ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ସୁଆର ମହାସୁଆର ସେବକ ଓ ସଭ୍ୟ, କର୍ମଚାରୀଙ୍କୁ ସତର୍କ କରାଯାଇଥିଲା।
Puri Jagannath temple
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/26/FP1i1UEd9IFTU3l8RLpp.jpg)