ମାଲକାନଗିରି: ଏକଦା ଦରଭା ଡିଭିଜନ ସହ ବସ୍ତର ଅଂଚଳରେ କୋକୁଆ ଭୟ ସୃଷ୍ଟି କରିଥିବା ଏସଜେଡସିଏମ ଜଗଦୀଶ ଅରଫ ବୁଦରା ଗତକାଲି ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି। ସୁକମା ଜିଲ୍ଲାର ଉପମପାଲୀ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ସୂଚନା ପାଇଥିଲା। ପରେ ଡିଆରଜି ଯବାନ ଏବଂ ସିଆରପିଏଫ ଯବାନ ଏହି ଜଂଗଲରେ ଚଢାଉ କରିଥିଲେ। ଗତକାଲି ସକାଳ ୮ଟାରୁ ନକ୍ସଲ ସହ ମୁକାବିଲା ଆରମ୍ଭ ହୋଇଥିଲା।
ଏକାଉଣ୍ଟରର ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ନକ୍ସଲକୁ ଜଂଗଲରେ ଚାରିପଟୁ ଘେରି କିପରି ଯବାନ ଲଢେଇ କରୁଛନ୍ତି ଏହାର ଭିଡିଓ ଜାରି ହେବା ପରେ ଯବାନଙ୍କର ପରାକ୍ରମକୁ ପ୍ରଶଂସା କରାଯାଇଛି। କୌଣସି ଗୋଟିଏ ଭୁଲ ଯବାନଙ୍କର ଜୀବନ ନେଇପାରେ। ତେଣୁ ଅତି ସତର୍କତାର ସହ କିପରି ଯବାନ ଲଢେଇ କରୁଛନ୍ତି ତାହାର ଭିଡିଓ ଦେଖିବା ପରେ କେତେ ଭୟଙ୍କର ଏହି ଲଢେଇ ଭିଡିଓରେ ଜଣାପଡୁଥିଲା।
ଦୁର୍ଦାନ୍ତ ନକ୍ସଲ ଜଗଦୀଶକୁ ମାରିବା ପରେ ଯବାନଙ୍କ ମନବଳ ଦ୍ବିଗୁଣିତ ହୋଇଥିଲା। ୨୫ ଲକ୍ଷ ଘୋଷିତ ଏହି ମାଓବାଦୀ ଅତ୍ୟନ୍ତ ହିଂସ୍ର ଥିଲା। ଝିରମ ଘାଟି ଆକ୍ରମଣରେ ୩୩ କଂଗ୍ରେସ ନେତାକୁ ମାରିବାରେ ଏବଂ ନାରାୟଣପୁର ଠାରେ ୨୨ ଯବାନଙ୍କୁ ମାରିବାରେ ଜଗଦୀଶ ଥିବା ମାଷ୍ଟର ମାଇଣ୍ଡ। ତେଣୁ ପୁଲିସ ଜଗଦୀଶକୁ ମଧ୍ୟ ଦୀର୍ଘ ଦିନ ହେଲା ଖୋଜୁଥିଲା। ଗୁଇନ୍ଦା ରିପୋର୍ଟ ପାଇବା ପରେ ଯବାନ ଅତର୍କିତ ଚଢାଉ କରି ଏହି ଟିମକୁ ମାରିଥିଲେ। ବସ୍ତର ଅଂଚଳରେ ଆଉ ବଡ଼ ନେତା ନାହାନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ହଟିବା ଏକ ପ୍ରକାର ସମ୍ଭାବନା ଦେଖିବାକୁ ମିଳିଛି। ଲଗାତାର ଅପରେସନ ଜାରି ରହିଥିବାରୁ ନକ୍ସଲଙ୍କୁ ଲୁଚିବାକୁ ସ୍ଥାନ ନାହିଁ।
ଏନକାଉଣ୍ଟର ଭିଡିଓ ଜାରି ପରେ ଜଂଗଲରେ କିପରି ଗୁଳିବିନିମୟ ଚାଲେ ତାହାର ଏକ ଜ୍ବଳନ୍ତ ଚିତ୍ର ସାମ୍ନାକୁ ଆସିଥିଲା। ଗୁଳିର ଶଦ୍ଦରେ ଜଂଗଲ ପ୍ରକମ୍ପିତ ହୋଇ ଉଠୁଥିଲା। ଯବାନ ନିଜ ନିଜ ମଧ୍ୟରେ କିପରି ସୁରକ୍ଷାକୁ ଧ୍ୟାନ ଦେଇ ନକ୍ସଲ ଉପରେ ଆକ୍ରମଣ କରିବେ ସେନେଇ କିଛି ଯବାନ ନିର୍ଦେଶ ଦେଉଥିବାର ଦେଖିବାକୁ ମିଳିଛି। ନକ୍ସଲଙ୍କୁ କିପରି ଘେରିବେ ସେନେଇ ମଧ୍ୟ ବଡ଼ ପାଟିରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି।
Malkangiri | Naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/30/ocdV2b4ymwdCNGt40FBD.jpg)