ବାରଙ୍ଗ: ବାପା ଓ ଝିଅ ମଧ୍ୟରେ ରକ୍ତ ସମ୍ପର୍କର ନିବିଡତା ଯେ କେତେ ଥାଏ, ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାରଙ୍ଗ ଥାନା ଦାଢାପାଟଣା ଗ୍ରାମରେ। ଯକୃତଜନିତ ସମସ୍ୟାର ସାମ୍ନା କରିଥିବା ଏବଂ ଚିକିତ୍ସାଧିନ ଥିବା ବାପାଙ୍କ ମୃତ୍ୟୁ ପରେ କଲେଜ ପଢୁଆ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛି। ଏଥି ପାଇଁ ସେ ବିକଳ୍ପ ଭାବେ ଘର ପାଖରେ ଥିବା କୂଅକୁ ନେଇଛି। ସଂପୃକ୍ତ ଛାତ୍ରୀକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଦାଢାପାଟଣା ଗ୍ରାମର ସୁଶାନ୍ତ ସାହୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ବାପାଙ୍କ ମୃତ୍ୟୁର ଖବର ଶୁଣି ମର୍ମାହତ ହୋଇଥିଲା ଯୁକ୍ତ ୩ରେ ପଢୁଥିବା ଝିଅl ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ ଥିଲେ। ତେଣୁ ପାଠ ପଢା ସହିତ ଝିଅ ଟିଉସନ କରି ଘର ଚଳାଇବାରେ ବାପାଙ୍କର ସାହାରା ହେଉଥିଲା। ବାପାଙ୍କୁ ବହୁତ ଭଲ ପାଉଥିଲା। ମୃତ୍ୟୁ ଖବର ଶୁଣି ମର୍ମାହତ ହୋଇଥିଲା। ତା ମୁଣ୍ଡ ଉପରୁ ସବୁଦିନ ପାଇଁ ସାହାରା ଚାଲି ଗଲା ବୋଲି ବଡ଼ ପଦକ୍ଷେପ ନେଇଥିଲା। ଏବେ ସାନ ଭାଇ ଓ ମା' ପରିରର ବୋଝ ତା କାନ୍ଧରେ ଭାବି ନେଲା। ଯେ ମୃତ୍ୟୁର ଖବର ଶୁଣି ସହିପାରିଲା ନାହିଁ। ଭାବି ନେଇ ଥିଲା ତାର ଇଷ୍ଟ ତାକୁ ଛାଡି ସବୁ ଦିନପାଇଁ ଚାଲିଗଲେ। ତାର ସର୍ବସ୍ଵ ଚାଲିଗଲା।
ଦାଢାପାଟଣା ଗ୍ରାମର ସୁଶାନ୍ତ ସାହୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ବାପାଙ୍କ ମୃତ୍ୟୁର ଖବର ଶୁଣି ମର୍ମାହତ ହୋଇଥିଲା ଯୁକ୍ତ ୩ରେ ପଢୁଥିବା ଝିଅl ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ ଥିଲେ। ତେଣୁ ପାଠ ପଢା ସହିତ ଝିଅ ଟିଉସନ କରି ଘର ଚଳାଇବାରେ ବାପାଙ୍କର ସାହାରା ହେଉଥିଲା। ବାପାଙ୍କୁ ବହୁତ ଭଲ ପାଉଥିଲା। ମୃତ୍ୟୁ ଖବର ଶୁଣି ମର୍ମାହତ ହୋଇଥିଲା।
ନିଜ ଜୀବନକୁ ତୁଛ ମନେକରି ଘର ହତା ଭିତରେ ଥିବା ଗଭୀର କୂଅ ଭିତରକୁ ଡେଇଁ ପଡିଲା। ପରିବାର ଲୋକ ସୂଚନା ଦେବାରୁ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ଠିକଣା ବେଳରେ ପହଞ୍ଚି କୂଅ ଭିତରୁ ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି। ବାପ ଓ ଝିଅ ମଧ୍ୟରେ ରକ୍ତ ସମ୍ପର୍କର ନିବିଡତାର ଶ୍ରେଷ୍ଠ ନିଦର୍ଶନ ଘଟଣାଟି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଝିଅ ବଞ୍ଚିଯାଉ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି।
Cuttack