ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଦନ୍ତେବାଡ଼ା ସୀମାନ୍ତରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଵିଶେଷ ସୁତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲେ। ଆଜି ସକାଳ ୮ଟାରେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଏବେ ବି ଗୁଳି ବିନିମୟ ଚାଲିଛି।
ଘଟଣାସ୍ଥଳରୁ ଯବାନମାନେ ୩ ଜଣ ନକ୍ସଲଙ୍କ ଶବ ଜବତ କରିଛନ୍ତି। ତେବେ ୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଯବାନ ଫେରିବା ପରେ ହିଁ ଏନେଇ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି।
naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/25/P6fuB4j3H7npw9Jn6NXP.jpg)