ପାଇକସାହି: ଅନୁଗୁଳଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଧୋଡ଼ାଖୋଳ ନାଳରେ ଭାସି ଯାଇ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲା ଧୋଡ଼ାଖୋଳ ଗ୍ରାମର ଲିପୁନ ବେହେରାଙ୍କର ଅଢେଇ ବର୍ଷର ଶିଶୁପୁତ୍ର ଆରିଅନ ବେହେରା। ପୁଲିସ ଉକ୍ତ ଶିଶୁପୁତ୍ରର ଶବକୁ ଠାକୁରଗଡ ମେଡ଼ିକାଲରେ ଜବତ କରି ବ୍ୟବଛେଦ ପାଇଁ ଆଠମଲ୍ଲିକ ଉପଖଣ୍ଡ ମେଡ଼ିକାଲକୁ ପଠାଯାଇଛି।
ଘଟଣାରୁ ଜଣାପଡିଛି ଯେ ଆରିଅନ ତାଙ୍କ ଅପା ପୁଅଙ୍କ ସହ ନାଳକୁ ଯାଇଥିଲେ। ସେଠାରେ ବର୍ଷା ଯୋଗୁଁ ପାଣି ଆସୁଥିବା ବେଳେ ଆରିଅନର ଗୋଡ ଖସି ଯାଇଥିଲା। କିଛି ବାଟରେ ସେ ଅଟକି ରହିଥିବା ବେଳେ ଆରିଅନକୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରଗଡ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
angul
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/03/01bignews-english-2025-07-03-22-21-40.jpg)