ରାଇରଙ୍ଗପୁର: ଚୂନ ପାଉଡର ଟ୍ରକ୍ ଟାଙ୍କି ଭିତରୁ ଡ୍ରାଇଭର ମୃତଦେହ ଠାବ ହୋଇଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ଭାଲୁବସା ପେଟ୍ରୋଲ ଟାଙ୍କି ସମ୍ମୁଖ ନୋ ଏଣ୍ଟ୍ରି ଜୋନରେ।
ସୂଚନା ଅନୁଯାୟୀ ଚୂନ ପାଉଡର ଟ୍ରକ୍ (ବିଆର-୨୪ ଜିବି-୩୯୫୮)ଟି ଜାମସେଦପୁର (ଟାଟା)ରୁ କଳିଙ୍ଗନଗର ଚୂନ ପାଉଡର ଗୁଣ୍ଡ ଅନଲୋଡ଼ କରି ଟାଟାନଗର (ଜାମସେଦପୁର) ଫେରୁଥିଲା। ତେବେ ଦୁଇଦିନ ପୂର୍ବରୁ ନୋ ଏଣ୍ଟ୍ରି ଜୋନରେ ଗାଡିଟି ସନ୍ଦିଗ୍ଧ ଅବସ୍ଥାରେ ଛିଡା ହୋଇଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଦେଖିଲା ବେଳକୁ ଡ୍ରାଇଭର ମୃତଦେହ ଟାଙ୍କି ଭିତରେ ପୋଡ଼ିରହିଛି। ମୃତକ ଡ୍ରାଇଭର ଜଣକ ବିହାର ରାଜ୍ୟର ରାଶଥାସ ଥାନା ଅନ୍ତର୍ଗତ ଢେଲାବାର ବାକୁରା ଗ୍ରାମର ଶିବ କୁମାର ସିଂ(୪୫) ବୋଲି ଜଣାପଡ଼ିଛି। ଟ୍ରକଟି ବିହାର ରାଜ୍ୟର ବୋଲି ଜଣା ପଡିଛି।
ନୋ ଏଣ୍ଟ୍ରି ଜୋନରେ ଟ୍ରକ୍ ଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବା ଯୋଗୁଁ ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି। ଏପରିକି ସେହି ସ୍ଥାନରେ ସନ୍ଧ୍ୟା ହେଲେ କିଛି କିନ୍ନର ଓ ଦେହ ବ୍ୟପ୍ୟାର କରୁଥିବା ଦେଖିବାକୁ ମିଳିଥାଏ। ନୋ ଏଣ୍ଟ୍ରି ଜୋନରେ ପ୍ରାୟ ରାତି ୧୨ଟା ପର୍ଯ୍ୟନ୍ତ ମଦ୍ୟକା ଦ୍ରବ୍ୟ ବ୍ୟବହାର କରୁଥିବା ଓ ଦେହ ବ୍ୟାପାର ହେଉଥିବା ଅଭିଯୋଗ ହୋଇଥାଏ, ଯାହା ଫଳରେ ଚାଳକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସଂଦେହ କରାଯାଉଛି।
ନଚେତ୍ ସେ ନୋ ଏଣ୍ଟ୍ରି ଜୋନରେ ଗାଡ଼ି ଛିଡ଼ା କରି କାହିଁକି ଖାଲି ଥିବା ଟାଙ୍କି ଭିତରକୁ ଗଲେ ଏବଂ ତାଙ୍କର ମୃତ୍ୟୁ କେମିତି ହେଲା ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ ଟାଉନ୍ ଥାନାରେ କେଶ୍ ନଂ ୨୦/୨୪ରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/08/6PSjhoDlzKKSfXG9pmQp.jpg)