ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତେଲକୋଇ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖୁଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ କନ୍ତଲେଇ ଗ୍ରାମ ଦାଢିଆସାହି ଧାନ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୫/୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ହାତୀପଲଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ମୃତ୍ୟୁ ଘଟିଥିବା ବନରକ୍ଷୀ ଆଶଙ୍କା କରିଛନ୍ତି। କିନ୍ତୁ ଏଯାଏ ତାହା ସ୍ପଷ୍ଟ ହୋଇନାହିଁ। ପିଠି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ବେକରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଛି।
ବିଳମ୍ବିତ ରାତିରେ ଦୁଇ ହାତୀପଲଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ମୃତ୍ୟୁ ଘଟିଥିବା ବନରକ୍ଷୀ ଆଶଙ୍କା କରିଛନ୍ତି। କିନ୍ତୁ ଏଯାଏ ତାହା ସ୍ପଷ୍ଟ ହୋଇନାହିଁ। ପିଠି ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ଉଚ୍ଚସ୍ତରୀୟ ବିଶେଷଜ୍ଞଦଳଙ୍କ ତଦନ୍ତ ତଥା ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ। ସ୍ଥାନୀୟ ଅଞ୍ଚଳରେ ଦୁଇଟି ଦଳରେ ୫୫ଟି ହାତୀ ରହିଛନ୍ତି। ଗୋଟିଏ ଦଳରେ ୪୦ ଓ ଅନ୍ୟ ଦଳରେ ୧୫ ହାତୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/02/hBAmeR4LA7cAm3WWXogg.jpeg)