ଘୁ.ଉଦୟଗିରି: ରେଳ ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ ଦାଦନ ଦୁଃଖ ସରୁନି। ପେଟ ପାଳିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଘଟଣା ଯେମିତି ଏହି ଜିଲ୍ଲାରେ ନିତିଦିନିଆ ଘଟଣା ପାଲଟି ଗଲାଣି। ଜୀବନ ଜୀବିକା ପାଇଁ ପରିବାର ସହିତ କେରଳର ଏର୍ନାକୁଲମ୍ ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତ ଅନ୍ତର୍ଗତ ପାଜିଗାଲୁ ଗ୍ରାମର ସୁଜାତା ନାୟକ (୪୪)।
ସୂଚନା ଅନୁସାରେ ଶାମନ୍ତ ନାୟକ( ୫୦) ଦୀର୍ଘ ବର୍ଷ ହେବ ନିଜ ପରିବାର ସହିତ କେରଳ ରାଜ୍ୟ ଏର୍ନାକୁଲମ୍ ଜିଲ୍ଲାର ପରାମ୍ବାବୁ ଅଞ୍ଚଳର ମୁଡ଼ିକାଲ ସ୍ଥିତ ମାଉଲତପୁର ଅଞ୍ଚଳରେ ରହି ଭିଞ୍ଜିନାଡୁ କେନେଲ ପ୍ଲାଏଉଡ୍ କମ୍ପାନିରେ ନିୟୋଜିତ ହୋଇ କାମ କରୁଥିଲେ। ପରିବାର ମଧ୍ୟରେ କେବଳ ଏକମାତ୍ର ପୁତ୍ର ରହିଥିବା ବେଳେ ସେ ବିବାହିତ ଅଟନ୍ତି ଓ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି। ତେବେ ସୁଜାତା ଓ ତାଙ୍କ ସ୍ଵାମୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସୁଜାତା ନାୟକ ହୃତ୍ପିଣ୍ଡଜନିତ ରୋଗରେ ପୀଡ଼ିତ ହୋଇଥିଲେ।
ପରିବାର ପକ୍ଷରୁ ସେଠାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଶରୀରର କୌଣସି ସୁସ୍ଥତା ପରିଲକ୍ଷିତ ହେଲା ନାହି ଓ ଚିକିତ୍ସା ଅବସ୍ଥାରେ ସେ ଗତକାଲି ରାତ୍ର ସମୟରେ ପ୍ରାଣ ତ୍ୟାଗ କଲେ। ସୁଜାତା କର୍ମଠ ଥିଲେ ଓ କାମ କରି ନିଜର ପରିବାର ନିଜ ସ୍ବାମୀ ସହିତ ପ୍ରତିପୋଷଣ କରୁଥିଲେ।
ତେବେ ମୃତ୍ୟୁ ପରେ ତାଙ୍କ ମରଶରୀରକୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ବାରା ଅର୍ଥ ଖର୍ଚ୍ଚ କରି ଫ୍ଲାଇଟ ଦ୍ବାରା କେରଳଠାରୁ ହାଇଦ୍ରାବାଦ ଓ ସେଠାରୁ ପୁଣି ଭୁବନେଶ୍ୱର ପରେ ଆମ୍ବୁଲାନ୍ସ ଦ୍ବାରା ପାଯିଗାଲୁ ଅଣାଯାଇଥିଲା। ସେଠାରେ ସକାକୁଳ ପରିବାର, ବନ୍ଧୁବର୍ଗ ଦୁଃଖରେ ଅପେକ୍ଷା କରୁଥିଲେ। ପରେ ସାମାଜିକ ରୀତିନୀତି ଅନୁସାରେ ନିକଟ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଏହି ଶୋକସନ୍ତପ୍ତ ପରିବାର ସହିତ ମୃତା ସୁଜାତା ନାୟକଙ୍କ ପରିବାର ଓ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ପରିବାର ଶ୍ରମିକ ଶ୍ରେଣୀର ହୋଇଥିବା କାରଣରୁ ସରକାରୀ ସହାୟତା ପାଇଁ ସରକାରଙ୍କୁ ଗ୍ରାମବାସୀ ଆକୁଳ ନିବେଦନ କରିଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/07/15/1002338329-2025-07-15-21-42-11.jpg)