ଓଡ଼ାପଡ଼ା: ଢେଙ୍କାନାଳଜିଲ୍ଲା ହିନ୍ଦୋଳରୋଡ ଅଗ୍ନଶ୍ରମ ବାହିନୀ ପକ୍ଷରୁ ବ୍ରାହ୍ମଣୀ ନଦୀରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଲେ ସନ୍ତୋଷ ବେହେରା (୫୮)।
ସୂଚନା ଅନୁସାରେ ହିନ୍ଦୋଳରୋଡ୍ ଫାଣ୍ଡି ଅନ୍ତର୍ଗତ ଏକଘରିଆ ଗ୍ରାମର ସନ୍ତୋଷ ବେହେରା ନିଜ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୂଳ ନିକଟରେ ଗାଈ ଚରାଇବାକୁ ଯାଇଥିଲେ। କିନ୍ତୁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲେ। ଫଳରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ସନ୍ତୋଷ ବେହେରାଙ୍କୁ ନପାଇବାରୁ ନଦୀରେ ପଡ଼ି ଯାଇଥିବା ସନ୍ଦେହ କରି ହିନ୍ଦୋଳରୋଡ ଅଗ୍ନଶମ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀର ଅଧିକାରୀ ନବଘନ ମଲ୍ଲିକଙ୍କ ନେତୃତ୍ବରେ ବ୍ରାହ୍ମଣୀ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ରାତିରେ ସନ୍ତୋଷ ବେହେରାଙ୍କୁ ପାଇ ନଥିଲେ। ଆଜି ସକାଳୁ ପୁନର୍ବାର ନଦୀରେ ଖୋଜାଖୋଜି କରିବା ପରେ ସନ୍ତୋଷ ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲେ।
ତେବେ ହିନ୍ଦୋଳରୋଡ୍ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
Dhenkanal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)