ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ନିକଟସ୍ଥ ଏକ ହୋଟେଲ ସମ୍ମୁଖରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୁଲିସ।
ବସ୍ତା ଥାନା ମୁଳିଦା ଗ୍ରାମର ରାଜକିଶୋର ଦାସ ମହାପାତ୍ରଙ୍କ ପୁଅ ଦ୍ୟୁତିକୃଷ୍ଣ (୪୦) ଏକ ଔଷଧ କମ୍ପାନୀରେ ମେଡିସିନ୍ ରିପ୍ରେଜେଣ୍ଟେଟିଭ ଭାବେ କାର୍ଯ୍ୟ କରନ୍ତି। ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜି ପାଇଁ ସେ ନିଜର ଉପରିସ୍ଥ ଅଧିକାରୀଙ୍କ ସହିତ ଭୋଗରାଇ ଅଞ୍ଚଳକୁ ଏକ କାର ଯୋଗେ ଯାଇଥିଲେ। ଦ୍ୟୁତିକୃଷ୍ଣଙ୍କ ଉପରିସ୍ଥ ଅଧିକାରୀ ମାନସ ମହାନ୍ତି ବାରିପଦା ଅଞ୍ଚଳର ହୋଇଥିବା ବେଳେ ନିଜର କାର ନେଇ ବାରିପଦା, ଗାଁ ଅମର୍ଦ୍ଦା ରାସ୍ତା ରାଜଘାଟ ନିକଟରେ ପହଞ୍ଚି ଫୋନ୍ ଯୋଗେ ଦ୍ୟୁତିକୃଷ୍ଣଙ୍କୁ ଡାକିବାରୁ ସେ ନିଜର ସାଙ୍ଗ ବାଇକ୍ ଯୋଗେ ରାଜଘାଟ ଠାରେ ସନ୍ଧ୍ୟା ସାତଟାରେ ପହଞ୍ଚିଥିଲେ। ପରେ ଉଭୟ ଭୋଗରାଇ ଯାଇଥିବା ବେଳେ ରାତି ନଅଟା ସୁଦ୍ଧା ଭୋଗରାଇରୁ ବାହାରି ନଥିବା ଓ ଏକ ଘଣ୍ଟା ବିଳମ୍ବ ହେବା ନିଜର ସାଙ୍ଗକୁ ଜଣାଇଥିଲେ। ପୁଣି ଅର୍ଦ୍ଧରାତ୍ର ସମୟରେ ନିଜ ସାଙ୍ଗକୁ ଫୋନ୍ କରିଥିବା ବେଳେ ସାଙ୍ଗ ଜଣକ ଶୋଇପଡ଼ିଥିବା ହେତୁ ଫୋନ୍ ଉଠାଇ ନଥିଲେ। ଏଣେ ଆଜି ଭୋର୍ ସମୟରେ କୌଣସି ଅଜଣା ବ୍ୟକ୍ତି ଫୋନ୍ ଯୋଗେ ଘଟଣା ସମ୍ପର୍କରେ କୌଣସି ଅଜଣା ଲୋକ ଛୁରାମାଡ଼ କରିଥିବା ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ମାତ୍ର ସକାଳ ସମୟରେ ଦ୍ୟୁତିକୃଷ୍ଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ।
ସୂଚନା ଅନୁସାରେ, ବସ୍ତା ଥାନା ମୁଳିଦା ଗ୍ରାମର ରାଜକିଶୋର ଦାସ ମହାପାତ୍ରଙ୍କ ପୁଅ ଦ୍ୟୁତିକୃଷ୍ଣ (୪୦) ଏକ ଔଷଧ କମ୍ପାନୀରେ ମେଡିସିନ୍ ରିପ୍ରେଜେଣ୍ଟେଟିଭ ଭାବେ କାର୍ଯ୍ୟ କରନ୍ତି। ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜି ପାଇଁ ସେ ନିଜର ଉପରିସ୍ଥ ଅଧିକାରୀଙ୍କ ସହିତ ଭୋଗରାଇ ଅଞ୍ଚଳକୁ ଏକ କାର ଯୋଗେ ଯାଇଥିଲେ। ଦ୍ୟୁତିକୃଷ୍ଣଙ୍କ ଉପରିସ୍ଥ ଅଧିକାରୀ ମାନସ ମହାନ୍ତି ବାରିପଦା ଅଞ୍ଚଳର ହୋଇଥିବା ବେଳେ ନିଜର କାର ନେଇ ବାରିପଦା, ଗାଁ ଅମର୍ଦ୍ଦା ରାସ୍ତା ରାଜଘାଟ ନିକଟରେ ପହଞ୍ଚି ଫୋନ୍ ଯୋଗେ ଦ୍ୟୁତିକୃଷ୍ଣଙ୍କୁ ଡାକିବାରୁ ସେ ନିଜର ସାଙ୍ଗ ବାଇକ୍ ଯୋଗେ ରାଜଘାଟ ଠାରେ ସନ୍ଧ୍ୟା ସାତଟାରେ ପହଞ୍ଚିଥିଲେ। ପରେ ଉଭୟ ଭୋଗରାଇ ଯାଇଥିବା ବେଳେ ରାତି ନଅଟା ସୁଦ୍ଧା ଭୋଗରାଇରୁ ବାହାରି ନଥିବା ଓ ଏକ ଘଣ୍ଟା ବିଳମ୍ବ ହେବା ନିଜର ସାଙ୍ଗକୁ ଜଣାଇଥିଲେ। ପୁଣି ଅର୍ଦ୍ଧରାତ୍ର ସମୟରେ ନିଜ ସାଙ୍ଗକୁ ଫୋନ୍ କରିଥିବା ବେଳେ ସାଙ୍ଗ ଜଣକ ଶୋଇପଡ଼ିଥିବା ହେତୁ ଫୋନ୍ ଉଠାଇ ନଥିଲେ।
ଏଣେ ଆଜି ଭୋର୍ ସମୟରେ କୌଣସି ଅଜଣା ବ୍ୟକ୍ତି ଫୋନ୍ ଯୋଗେ ଘଟଣା ସମ୍ପର୍କରେ କୌଣସି ଅଜଣା ଲୋକ ଛୁରାମାଡ଼ କରିଥିବା ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ମାତ୍ର ସକାଳ ସମୟରେ ଦ୍ୟୁତିକୃଷ୍ଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇ ପରିବାର ଲୋକଙ୍କୁ ଖବର ଦେବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/basta.jpg)