ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଗ୍ରାମର ଏକ ଫାର୍ମହାଉସରୁ ଜନୈକ ୧୭ବର୍ଷୀୟ ନାବାଳକଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଅପରାହ୍ନ ମଧ୍ୟାହ୍ନରେ ଜବତକରି ତଦନ୍ତ ଆରମ୍ଭକଲା ବୈଶିଙ୍ଗା ପୁଲିସ l ମୃତକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସହଦେଖୁଣ୍ଟା ଥାନା ଅଧୀନ ଭୀମପୁରା ଗ୍ରାମର ସ୍ୱର୍ଗତ ରଘୁନାଥ ଟୁଡୁଙ୍କ ପୁଅ ପାଣ୍ଡିଆ ଓରଫ ଉମେଶ ଟୁଡୁl ଉମେଶ ନିଜର ମା' ସାଲୋ ଟୁଡୁଙ୍କ ସହିତ ମାମୁଁଘର ଗଡ଼ଦେଉଳିଆରେ ଦୀର୍ଘବର୍ଷ ହେବ ରହି ଆସୁଥିଲେl ମା' ସାଲୋ ଟୁଡୁ କାମ ପାଇଁ ବାହାରକୁ ଯାଇଥିବା ବେଳେ ଉମେଶ ମାମୁଁଘରେ ରହୁଥିଲେl
ସୂଚନା ଅନୁଯାଇ ଗଡ଼ଦେଉଳିଆ ସ୍ଥିତ ତାପସ ବିନ୍ଧାଣିଙ୍କ ଫାର୍ମହାଉସରେ ଉମେଶର ଅଜା ରାତ୍ରି ଜଗୁଆଳି ଭାବେ କାମକରନ୍ତିl ହେଲେ ଗୁରୁବାର ରାତି ଅଜାଙ୍କ ଅନୁପସ୍ଥିତିରେ ଉମେଶ ଫାର୍ମ ହାଉସ ରେ ଜଗିବାକୁ ଯାଇଥିଲା ଯେ ଶୁକ୍ରବାର ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲାl ତେବେ ଶୁକ୍ରବାର ପୂର୍ବାହ୍ନରେ ଗଡ଼ଦେଉଳିଆରେ ତାପସ ବିନ୍ଧାଣିଙ୍କ ଫାର୍ମହାଉସର ଘର ଭିତରେ ଉମେଶଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ ଓ ସଙ୍ଗେସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେl ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲାl
ଏନେଇ ୨୬ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଉମେଶଙ୍କ ଝୁଲନ୍ତା ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲାl ପାରିପାର୍ଶ୍ଵିକ ସ୍ଥିତିରୁ ଉମେଶ ବେକରେ ଫାସୀ ଦେଇ ଜୀମନ ହାରିଥିବାର ଅନୁମାନ କରାଯାଉଥିବା ବେଳେ ଶଵ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ସଠିକ କରଣ ସ୍ପଷ୍ଟ ହେବl ତେବେ ଉମେଶର ମୃତ୍ୟୁ ପାଇଁ ତାଙ୍କ ପରିବାର ବର୍ଗଙ୍କ କାନ୍ଦବୋବାଳିରେ ଫାଟି ପଡିଥିଲା ଫାର୍ମ ହାଉସ ପରିସରl
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/23/4UseSl0czN5zIXqkOhgr.jpg)