ଲମତାପୁଟ: ଦୀର୍ଘ ୧୧ ଦିନ ପରେ ନିଖୋଜ ୟୁଟ୍ୟୁବର ମୃତଦେହକୁ ଠାବ କରିଛି ପୁଲିସ। ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଠାରୁ ୩ କିଲୋମିଟର ଦୂର ଗୁମୁଣ୍ଡାପୁଟ ନଦୀପାର୍ଶ୍ୱରେ ଠାବ କରାଯାଇଛି। ତା ସହ ଗୋଟିଏ ମୋବାଇଲ ଫୋନ ମଧ୍ୟ ପୁଲିସ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଗତମାସ ୨୩ ତାରିଖରେ ବ୍ରହ୍ମପୁର ଅଂଚଳରେ ସାଗର କୁଣ୍ଡୁ ଓ କଟକ ଯୋବ୍ରା ଅଂଚଳରେ ଅଭିଜିତ ବେହେରା କୋରାପୁଟ ଜିଲା ମାଛକୁଣ୍ଡ ଡୁଡୁମା ଜଳପ୍ରପାତ ବୁଲିବାକୁ ଆସିଥିଲେ। ସାଗର କୁଣ୍ଡୁ ଡୁଡୁମା ଉପରେ ପାର୍ଶ୍ଵରେ ଡ୍ରୋନ୍ କ୍ୟାମେରାରେ ଭିଡିଓ ଉଠାଉ ଥିବା ସମୟରେ ହଠାତ ଖସି ପଡ଼ିଥିଲେ। ମାଛକୁଣ୍ଡ ନଦୀରେ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିଲା। ଫଳରେ ଡୁଡୁମା ଜଳପ୍ରପାତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ।
ଘଟଣା ପରେ କୋରାପୁଟ ଓଡ୍ରାଫ, ଲମତାପୁଟ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଲଗାଣ ବର୍ଷା ପ୍ରତିବନ୍ଧକ ସାଜିଥିଲା। ବର୍ଷା କମିବା ପରେ ଆଜି ଗୁମୁଣ୍ଡାପୁଟ ଅଂଚଳରେ କିଛି ମାଛ ଧରାଳି ନଦୀକୁ ଯାଇଥିଲେ ଏବଂ ଏକ ଗଛରେ ଲାଗିଥିବା ଶବକୁ ଦେଖିଥିଲେ। ଘଟଣା ସମ୍ପର୍କରେ ମାଛକୁଣ୍ଡ ପୁଲିସକୁ ଖବର ଦିଆଯାଇଥିଲା।
ଖବର ପାଇଁ ମାଛକୁଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଶବ ନିକଟରୁ ଏକ ମୋବାଇଲ ଫୋନକୁ ପୁଲିସ ଉଦ୍ଧାର କରିଛି। ମୃତଦେହଟି ପଚି ଯାଇଥିବା ଏବଂ ମୁଣ୍ଡ ନଥିବା ଯୋଗୁଁ ଶବ ଚିହ୍ନଟରେ ବାଧ୍ୟ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଗତ ଜୁନ ୧୪ ତାରିଖରେ ମଧ୍ୟ ଭୁବନେଶ୍ୱର ଅଂଚଳରେ ଆନିମେଶ ଦାସ ନାମକ ଜଣେ ବ୍ୟକ୍ତି ଡୁଡୁମା ଜଳପ୍ରପାତରେ ଖସି ନିଖୋଜ ହୋଇଯାଇଥିଲେ। ଏବେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳୁନାହିଁ। ଜବତ ମୋବାଇଲ ଫୋନ ହିଁ ମୃତଦେହକୁ ଚି଼ହ୍ନଟ କରିବ ବୋଲି ପୁଲିସ ସନ୍ଦେହ କରିଛି। ଏ ନେଇ ଜବତ ଫୋନ୍କୁ ଖୋଲିଲା ପରେ ମୣତଦେହ କାହାର ଜଣାପଡିବ ବୋଲି ପୁଲିସ କହିଛି। ଶବ ଉଦ୍ଧାର କରି ବ୍ଯବଛେଦ ପାଇ ସମସ୍ତ ପ୍ରକ୍ରିୟା ପୁଲିସ ଆରମ୍ଭ କରିଦେଇଛି।
Koraput