ରାୟଗଡ଼ା: ସ୍ଥାନୀୟ ହାତୀପଥର ନିକଟସ୍ଥ ନାଗାବଳୀ ନଦୀକୂଳରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ କୋତାପେଟା ଅଞ୍ଚଳର ସିମାଦ୍ରୀ ମିଣିୟIକା (୨୩)। ଗତକାଲି ଅପରାହ୍ନ ପ୍ରାୟ ୧୨ଟା ସମୟରେ, ସିମାଦ୍ରୀ ସାଙ୍ଗମାନଙ୍କ ସହ ମାଲିଗାଁ ନିକଟ ନଦୀ ପଠାକୁ ଗାଧୋଇବା ପାଇଁ ଯାଇଥିଲେ।
ନଦୀରେ ପ୍ରବଳ ଜଳସ୍ରୋତ ଥିବା କାରଣରୁ ସେ ପାଣିର ପ୍ରବାହରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଏହି ଖବର ପାଇବା ପରେ ସିମାଦ୍ରୀଙ୍କ ପରିବାର ଲୋକେ ତୁରନ୍ତ ଚାନ୍ଦିଲି ଥାନାରେ ନିଖୋଜ ସମ୍ପର୍କରେ ଜଣାଇଥିଲେ। ଆଜି ସକାଳେ ତାଙ୍କର ମୃତଦେହ ନାଗାବଳୀ ନଦୀର ହାତୀପଥର ନିକଟରେ ଭାସୁଥିବା ଦେଖିବାକୁ ମିଳିଥିଲା।
କୋଟପେଟା ପୂର୍ବତନ ସରପଞ୍ଚ ଓ ସ୍ଥାନୀୟ ପୁଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀରୁ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାୟଗଡ଼ାଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ କୋତାପେଟା ଅଞ୍ଚଳରେ ଶୋକର ଛାୟା ଖେଳାଇଯାଇଛି।
Rayagada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)