ଝରିଗାଁ: ଗତ ୧୬ଦିନ ଧରି ନିଖୋଜ ଥିବା ୧୫ବର୍ଷୀୟ ନାବାଳର ଗଳିତ ଶବ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ। ମୃତ ବ୍ୟକ୍ତି ହେଲେ ମହକୁମାର ସୁଭାଷ ପାଣ୍ଡେଙ୍କ ପୁଅ କ୍ଷୀରଧର ପାଣ୍ଡେ।
ସୂଚନା ଅନୁଯାୟୀ ସୁଭାଷ ପାଣ୍ଡେଙ୍କ ପୁଅ କ୍ଷୀରଧର ପାଣ୍ଡେ ଗତ ୮ ତାରିଖ ଦିନ ମଧ୍ୟାନ୍ନ ୧ଟାରେ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ। ପରେ ପରିବାର ଲୋକେ ନିଜ ସମ୍ପର୍କୀୟଙ୍କଠୁ ଆରମ୍ଭ କରି ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ପାରିନଥିଲେ। ପରିବାର ପକ୍ଷରୁ ଗତ ୧୦ ତାରିଖରେ ଦିନ ଝରିଗାଁ ଥାନାରେ ପୁଅ ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।
ଆଜି ସକାଳୁ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ କିଛି ମହିଳା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ଗଳିତ ଶବ ଦେଖି ଗାଁ ଲୋକଙ୍କୁ କହିଥିଲେ। ପରେ ଗାଁ ଲୋକେ ପୁଲିସକୁ ଜଣେଇ ଥିଲେ। ୧୬ଦିନ ଧରି ନିଖୋଜ ଥିବା କ୍ଷୀରଧର ପାଣ୍ଡେଙ୍କ ହିଁ ମୃତଦେହ ବୋଲି ଜାଣିବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ।
ଘଟଣାସ୍ଥଳରେ ପୁଲିସ ଏବଂ ସାଇନିଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକେ ହତ୍ୟା ସନ୍ଦେହ କରୁଛନ୍ତି। ପୁଲିସ ଟିମ୍ ମଧ୍ୟରେ ଏସ୍ ଡି ପି ଓ ମଧୁଶିକ୍ତା ମିଶ୍ର, ଥାନା ଏସ ଆଇ କେ. ଲକ୍ଷ୍ମୀନାରାୟଣ ଦୋରା, ଏଏସ୍ଆଇ କେଦାରନାଥ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/23/WV2hhUtaj5CXyA5WHgn4.jpeg)