କୁଜଙ୍ଗ: ଦୁଇଦିନ ତଳେ ନିଖୋଜ ହୋଇଥିବା ମହିଳାଙ୍କ ମୃତଦେହକୁ ଆଜି ହଳଦିପାଣୀ ପୋଲ ନିକଟରୁ ଉଦ୍ଧାର କରାଯାଇଛିl ତାଙ୍କର ମୃତଦେହକୁ ଉଦ୍ଧାର କରାଯିବାପରେ କୁଜଙ୍ଗ ମେଡିକାଲରେ ରଖାଯାଇଛି l 

Advertisment

ପ୍ରକାଶ ଯେ, ପାରାଦୀପ ଲକ୍ ଥାନା ଅନ୍ତର୍ଗତ ବଗଦିଆ ପଂଚାୟତ ରୟିତସାହି ଗ୍ରାମର କୁନା ଦାସଙ୍କ ପତ୍ନୀ ଗୀତାଞ୍ଜଳୀ ଦାସ(୩୫) ଗତ ଦୁଇଦିନ ତଳେ କେଉଁଆଡେ ନିଖୋଜ ହୋଇଯାଇଥିଲେl ଏ ନୋଇ ପରିବାର ପକ୍ଷରୁ ଖୋଜାଖୋଜି ପରୋ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ସ୍ଥାନୀୟ ଅଭିଯୋଗ କରାଯାଇଥିଲା।

ସେହିପରି କୁଜଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଗତକାଲି ହଳଦୀପାଣି ନଦୀରେ ଖୋଜାଖୋଜି କରାଯାଇଥିଲାl  ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିଲାl ଆଜି ଅପରାହ୍ନ ୫ ଟା ସମୟରେ ହଳଦୀପାଣି ପୋଲ ନିକଟରେ ଏକ ମୃତଦେହ ଭାଷୁଥିବା ରିଫାଇନାରୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ମଙ୍ଗରାଜପୁର ଗ୍ରାମର କିଛି ଲୋକମାନେ ଦେଖିବାକୁ ପାଇଥିଲେl ପରେ ଏହି ଖବର ପାଇବାପରେ ମୃତଦେହକୁ ଉଦ୍ଧାର ପରେ ଚିହ୍ନଟ କରାଯାଇଥିଲାl ତେବେ ମୃତ ମହିଳାଙ୍କ ଗଭୀର ସ୍ବାସ୍ଥ୍ୟଗତ ସମସ୍ୟା ରହିଥିବା ସୂଚନା ମିଳିଛି।

Jagatsinghpur