ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରୁ ନିଖୋଜ ଥିବା ମହିଳାଙ୍କ ଗଳିତ ମୃତଦେହ ୧୦ ଦିନ ପରେ ଉଦ୍ଧାର ହୋଇଛି।
ଗୋରୁମହିଷାଣୀର ପ୍ରଦୀପ ବେହେରାଙ୍କ ପତ୍ନୀ ସଂଜୁଲତା ବେହେରା(୪୫) ଗତ ୧୭ ତାରିଖ ସକାଳ ୯ଟା ସମୟରେ ଘରୁ କୁଆଡ଼େ ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ନ ମିଳିବାରୁ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା।
ଆଜି ଗୋରୁମହିଷାଣୀ ନିକଟସ୍ଥ ସୁଣ୍ଢଳ ନିକଟରେ ଥିବା ଏକ ଖାଲରୁ ଦୁର୍ଗନ୍ଧ ହେବାରୁ ଛେଳି ଚରାଉଥିବା ଗ୍ରାମବାସୀମାନେ ଖାଲ ନିକଟକୁ ଯାଇଥିଲେ। ସେଠାରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଦେଖିବାକୁ ପାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଂଚି ଉକ୍ତ ଶବଟି ସଂଜୁଲତାଙ୍କ ବୋଲି ଅନୁମାନ କରି ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଘଟଣାସ୍ଥଳକୁ ପହଂଚି ଗଳିତ ମୃତଦେହ ନିଖୋଜ ସଂଜୁଲତାଙ୍କର ବୋଲି ଚିହ୍ମଟ କରିଥିଲେ। ମୃତଦେହ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଯାଇଛି।
ତେବେ ମହିଳାଙ୍କୁ କେହି ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ଗୋରୁମହିଷାଣୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/02/28/ntVqNNG038tDLmZkX2Dy.jpg)