ବାଦାମପାହାଡ/ଝିପାବନ୍ଧ: ମୟୂରଭଞ୍ଜଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଝିପାବନ୍ଧ ଗ୍ରାମର ହେମ୍ବ୍ରମ୍ସାହିର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ଘନଶ୍ୟାମ ହେମ୍ବ୍ରମ୍ (୨୦)।
ସୂଚନା ଅନୁଯାୟୀ ଝିପାବନ୍ଧ ଗ୍ରାମର ସର୍ଗତଃ ବିରବଲ୍ ହେମ୍ବ୍ରମ୍ଙ୍କ ପୁଅ ଘନଶ୍ୟାମ ହେମ୍ବ୍ରମ୍ ଶନିବାର ଦିନ ଠାରୁ କୁଆଡ଼େ ପଳାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ। ତେବେ ଆଜି ସକାଳୁ ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।
ଘଟଣାସ୍ଥଳରେ ବାଦାମପାହାଡ଼ ପୁଲିସ ଓ ଦମକଳ ବାହୀନି ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ କେଶ୍ ନଂ ୩/୨୫ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2023/06/dead-fff.jpg)