ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ତୁଣ୍ଡପଡ଼ା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମହିଳାଙ୍କର ବିବାହକୁ ୬ମାସ ପୁରି ନଥିଲା। ତେଣୁ ମୃତ ମହିଳାଙ୍କ ଭାଇ ଏହି ଘଟଣାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ଅନ୍ୟପଟରେ ଶାଶୂଘର ଲୋକେ ଘରୋଇ କଳହରୁ ମହିଳା ଜଣକ ଜୀବନ ହାରିଛନ୍ତି ବୋଲି କହିଛନ୍ତି। ମୃତ ମହିଳା ହେଲେ ନମିତା ଦାସ।
ହିମାଂଶୁ ବେହେରା ରେଳ ବିଭାଗରେ କାମ କରୁଥିବା ବେଳେ ଗତ ମାର୍ଚ୍ଚ ମାସରେ ବାହାନଗା ବ୍ଲକ ଗୋପାଳପୁର ଥାନା ବାଜିପୁର ଗ୍ରାମର ନିରଞ୍ଜନ ଦାସଙ୍କ ଝିଅ ସସ୍ମିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ। ଆଜି ସଂଧ୍ୟାରେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବାରୁ ସସ୍ମିତା ଶୋଇବା ଘର ଫ୍ୟାନରେ ଝୁଲି ପଡ଼ିଥିଲେ ବୋଲି ପରିବାର ଲୋକ କହିଛନ୍ତି।
ସୁଚନା ଅନୁସାରେ ତୁଣ୍ଡପଡ଼ା ଗ୍ରାମର ହିମାଂଶୁ ବେହେରା ରେଳ ବିଭାଗରେ କାମ କରୁଥିବା ବେଳେ ଗତ ମାର୍ଚ୍ଚ ମାସରେ ବାହାନଗା ବ୍ଲକ ଗୋପାଳପୁର ଥାନା ବାଜିପୁର ଗ୍ରାମର ନିରଞ୍ଜନ ଦାସଙ୍କ ଝିଅ ସସ୍ମିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ। ଆଜି ସଂଧ୍ୟାରେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବାରୁ ସସ୍ମିତା ଶୋଇବା ଘର ଫ୍ୟାନରେ ଝୁଲି ପଡ଼ିଥିଲେ ବୋଲି ପରିବାର ଲୋକ କହିଛନ୍ତି।
ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସସ୍ମିତାଙ୍କ ଭଉଣୀ ନମିତା ଓ ବାପ ଘର ଲୋକେ ଡାକ୍ତରଖାନାରେ ପହଁଚି ସସ୍ମିତାଙ୍କ ହାତରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ପୁଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ହିମାଂଶୁ ବେହେରାଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/06/soro-2025-08-06-21-39-08.jpg)