ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ୱାର୍ଡ଼ ନମ୍ବର-୧୧ ଅନ୍ତର୍ଗତ ଶିବଶକ୍ତି ନଗରର ଜଣେ ନବବିବାହିତ ଯୁବକଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି । ଯୁବକଙ୍କ ମୃତଦେହ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଅଞ୍ଚଳରୁ ମିଳିଛି। କସେକେରା – ଟୋଙ୍ଗୋପାନୀ ରାସ୍ତା କଡ଼ରୁ ମୃତଦେହ ମୁଁହ ଓ ହାତରେ ଟେପ୍ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି ।
ନୂଆପଡ଼ା ସଦର ଶିବ ଶକ୍ତିନଗରରେ ରହୁଥିବା ଶିକ୍ଷକ ମନବୋଧ ତ୍ରିପାଠୀଙ୍କ ଏକମାତ୍ର ପୁଅ ମାନସ ରଞ୍ଜନ ତ୍ରିପାଠୀ ଗତ ୮ ତାରିଖ ସଂଧ୍ୟାରୁ ନିଖୋଜ ଥିଲେ। ସେ ଫାର୍ମାସିଷ୍ଟ କୋର୍ସ କରିଥିବାରୁ ଆଖପାଖ ଅଞ୍ଚଳରେ ବୁଲି ବୁଲି ରୋଗୀ ସେବା କରୁଥିଲେ। ନିଖୋଜ ହେବା ନେଇ ନୂଆପଡ଼ା ସଦର ଥାନାରେ ପରିବାର ଲୋକ ଏତଲା ଦେଇଥିଲେ । ୩୨ ବର୍ଷୀୟ ମାନସ ଗତ ମାସ ୨୩ ତାରିଖରେ ଛତିଶଗଡ଼ର ପିଥୋଡାରେ ଵିଵାହ କରିଥିଲେ । ୯ ତାରିଖରେ ତାଙ୍କର ମୃତଦେହ ଛତିଶଗଡ଼ରେ ମିଳିଥିଲା । ପିନ୍ଧିଥିବା ଟିସାର୍ଟ ଓ ହାତ ମୁଦିରୁ ମାନସଙ୍କ ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।
ନୂଆପଡ଼ା ସଦର ଶିବ ଶକ୍ତିନଗରରେ ରହୁଥିବା ଶିକ୍ଷକ ମନବୋଧ ତ୍ରିପାଠୀଙ୍କ ଏକମାତ୍ର ପୁଅ ମାନସ ରଞ୍ଜନ ତ୍ରିପାଠୀ ଗତ ୮ ତାରିଖ ସଂଧ୍ୟାରୁ ନିଖୋଜ ଥିଲେ। ସେ ଫାର୍ମାସିଷ୍ଟ କୋର୍ସ କରିଥିବାରୁ ଆଖପାଖ ଅଞ୍ଚଳରେ ବୁଲି ବୁଲି ରୋଗୀ ସେବା କରୁଥିଲେ। ନିଖୋଜ ହେବା ନେଇ ନୂଆପଡ଼ା ସଦର ଥାନାରେ ପରିବାର ଲୋକ ଏତଲା ଦେଇଥିଲେ । ୩୨ ବର୍ଷୀୟ ମାନସ ଗତ ମାସ ୨୩ ତାରିଖରେ ଛତିଶଗଡ଼ର ପିଥୋଡାରେ ଵିଵାହ କରିଥିଲେ । ୯ ତାରିଖରେ ତାଙ୍କର ମୃତଦେହ ଛତିଶଗଡ଼ରେ ମିଳିଥିଲା । ପିନ୍ଧିଥିବା ଟିସାର୍ଟ ଓ ହାତ ମୁଦିରୁ ମାନସଙ୍କ ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଅନ୍ୟ କୋଉ ସ୍ଥାନରେ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ଛତିଶଗଡ଼ ପୁଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପରେ ନିଜ ଗାଁରେ ଅନ୍ତିମ ସଂସ୍କାର କରାଯାଇଛି । ଏହି ହତ୍ୟାକାଣ୍ଡ ପଛରେ କ’ଣ କାରଣ ଓ କିଏ ହତ୍ୟାକାରୀ, ସେନେଇ ପୁଲିସ୍ ତଦନ୍ତ ଚଳାଇଛି।
murder