ସୋର (ଅଭୟ କୁମାର ପତ୍ରୀ): ବିମାନରେ ଶବ ବଦଳି ଯାଉଛି। ସୋର ଅଞ୍ଚଳର ଯୁବକଙ୍କ ମୃତଦେହ ବଳଦରେ ପଶ୍ଚିମବଙ୍ଗର ଜଣେ ଲୋକଙ୍କର ଶବ ପହଞ୍ଚିଛି।ବାଲେଶ୍ବର ଜିଲ୍ଲା ସୋର ଅଂଚଳର ଜଣେ ଯୁବକ ବେଙ୍ଗାଲୁରୁରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଶବକୁ ଘରକୁ ଆଣିବା ପାଇଁ ବିମାନରେ ପଠାଯାଇଥିଲା। ବିମାନବନ୍ଦରରୁ ମୃତହେଦ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଆସି ଘରେ ପହଞ୍ଚି ଥିଲା। ତେବେ ବନ୍ଧା ଯାଇଥିବା ପ୍ୟାକେଟ୍ ଖୋଲିଲା ବେଳକୁ ଏହାରି ଭିତରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତଦେହ ଥିଲା। ପରିବାର ଲୋକେ ଅନ୍ୟ ବ୍ୟକ୍ତିଙ୍କର ମୃତଦେହ ଦେଖି ଅଧିକ ଭାଙ୍ଗି ପଡ଼ିଛନ୍ତି।
ସୂଚନା ଅନୁସାରେ ସୋର ବ୍ଲକ ମୁଳିସିଂ ପଞ୍ଚାୟତ ମୁଳିସିଂ ଗ୍ରାମର ରାକେଶ ସ(୨୧) ବେଙ୍ଗାଲୁରୁସ୍ଥିତ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଗତ ୧୦ ତାରିଖ ଦିନ ସେ ରହୁଥିବା ଘର ଛାତ ଉପକୁ ଯାଇଥିଲେ। ଏହି ସମୟରେ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖkନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହି ଘଟଣା ନେଇ ପୁଲିସ ଏକ ମାମଲା ରୁଜୁ କରିଛି। ଶବ ବ୍ୟବଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ଏହା ପରେ ପରିବାର ଲୋକଙ୍କର ଦାବି ଅନୁସାରେ ମୃତଦେହକୁ ଓଡ଼ିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମୃତଦେହକୁ ବେଙ୍ଗାଲୁରୁ ଠାରୁ ଭୁବନେଶ୍ବର ନେବା ପାଇଁ ବିମାନର ସହାୟତା ନିଆଯାଇଥିଲା। ଡାକ୍ତରଖାନାରୁ ମୃତଦେହକୁ ବେଙ୍ଗାଲୁରୁ ନିଆଯାଇଥିଲା। ସେଠାରେ ଆବଶ୍ୟକ କାଗଜପତ୍ର କାମ ସରିବା ପରେ ମୃତଦେହକୁ ବିମାନରେ ରଖାଯାଇଥିଲା।
ରାକେଶଙ୍କ ପରିବାର ଲୋକେ ଆଜି ଭୁବନେଶ୍ବର ବିମାନବନ୍ଦରରୁ ମୃତଦେହକୁ ନେଇ ମୁଳିସଂରେ ପହଞ୍ଚି ଥିଲେ। ଘରେ ପହଞ୍ଚିଲା ପରେ ପଡୋଶୀ, ବନ୍ଧୁବାନ୍ଧବଙ୍କ କାନ୍ଦ ବୋବାଳି ଛୁଟିଥିଲା। ଅନ୍ତିମ ଦର୍ଶନ ତଥା ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭିଡ଼ ବଢ଼ିଥିଲା। ତେବେ ଏହି ସମୟରେ ଯେତେବେଳେ ମୃତଦେହ ପ୍ୟାକେଟ ଖୋଲାଗଲା ସମସ୍ତେ ବିଚଳିତ ହୋଇ ପଡ଼ିଥିଲେ। କାରଣ ଏହା ରାକେଶଙ୍କର ମୃତଦେହ ନଥିଲା। ପରିବାର ଲୋକେ ଜାଣିବାକୁ ପାଇଲେ ଯେ, ବିମାନରେ ମୃତଦେହ ବଦଳି ହୋଇଯାଇଛି।
ମୁଳିସିଂ ଗାଁରେ ପହଞ୍ଚି ଥିବା ମୃତଦେହ ପଶ୍ଚିମବଙ୍ଗ ସିଲିଗୁଡ଼ି ଜିଲ୍ଲାର ଜଣେ ଯୁବକଙ୍କର ହୋଇଥିବା ଜାଣିବାକୁ ମିଳିଛି, ଯିଏକି ହୃଦଘାତ ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ମୃତଦେହ ବଦଳି ହୋଇଥିବାରୁ ପରିବାର ଲୋକେ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି। ଶବ ବଦଳି ଯାଇଥିବାରୁ ପରିବାର ଲୋକେ ଥାନାରେ ଦ୍ୱାରାସ୍ଥ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/17/new-project-24-2025-08-17-18-07-15.jpg)