ଭୁବନେଶ୍ୱର: ଓଡ଼ିଆ ଯୁବକ ରାଜେଶ କୁମାର ପରିଡ଼ାଙ୍କ ମରଶରୀର ଦୁବାଇରୁ ଓଡ଼ିଶା ଫେରିଛି। ରାଜେଶଙ୍କ ମରଶରୀର ଓଡ଼ିଶା ଆଣିବା ପାଇଁ ବରିଷ୍ଠ ବିଜେପି ନେତା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ କରିଛନ୍ତି। ଏ ନେଇ ଶ୍ରୀ ପଣ୍ଡା ଚଳିତ ମାସ ୧୮ ତାରିଖରେ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ଯୋଗାଯୋଗ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କାନଫୁଲିଆ ଗ୍ରାମର ଦିବାକର ପରିଡ଼ାଙ୍କ ସାନପୁଅ ରାଜେଶ କୁମାର ପରିଡ଼ା ୨୦୨୩ ଡିସେମ୍ବର ୨୩ ତାରିଖ ଠାରୁ ଦୁବାଇର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରିଆସୁଥିଲେ। ହଠାତ ଗତ ୫ ତାରିଖ ଦିନ ରାଜେଶ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକ ଖବର ପାଇଥିଲେ। ଏହାପରେ ବହୁ ଖୋଜା ଖୋଜି ପରେ ରଜେଶଙ୍କର ଦୁବାଇରେ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ମରଶରୀରକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।
ରାଜନଗର ଥାନା ଅନ୍ତର୍ଗତ କାନଫୁଲିଆ ଗ୍ରାମର ରାଜେଶ କୁମାର ପରିଡ଼ା ୨୦୨୩ରୁ ଦୁବାଇର ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରିଆସୁଥିଲେ। ହଠାତ ଗତ ୫ ତାରିଖ ଦିନ ରାଜେଶ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକ ଖବର ପାଇଥିଲେ। ଏହାପରେ ବହୁ ଖୋଜା ଖୋଜି ପରେ ରଜେଶଙ୍କର ଦୁବାଇରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ମରଶରୀରକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।
ଶେଷରେ ନିୟମିତ ଯୋଗାଯୋଗ ପରେ ମରଶରୀର ଦୁବାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ରାଜନଗର ବିଧାୟକ ପାର୍ଥୀ ଲଳିତ କୁମାର ବେହେରା ଶେଷ ଦର୍ଶନ କରିବା ସହ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଶ୍ରୀ ପଣ୍ଡାଙ୍କ ତ୍ୱରିତ ପଦକ୍ଷେପ ପାଇଁ ପରିବାର ଲୋକେ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।
Kendrapara | Baijayant Panda | Dubai
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/21/yNnMRvG7YEsfdcOpiFIV.jpg)