ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିସର ଟ୍ରେନ ଲାଇନ ପାର୍ଶ୍ଵରୁ ଜଣେ କର୍ମଚାରୀଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ପଡ଼ିଥିବା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ସେକ୍ଟର ୪ଡି ବ୍ଲକର ବାସୁଦେବ ପ୍ରଧାନ(୫୦)l
ସେ ଆରଏସପି ହେଭି ମେଣ୍ଟେନାନ୍ସ ଇଲେକ୍ଟ୍ରିକାଲ ( ଏଚଏମଇ ) ବିଭାଗର ମାଷ୍ଟର ଟେକନିସିଆନ ଭାବେ କାମ କରୁଥିଲେ l ତାଙ୍କୁ ଗତ ମାସକ ତଳେ ହଟଷ୍ଟ୍ରିପ ମିଲ -୧ରୁ ଏଚଏମଇକୁ ବଦଳି କରାଯାଇଥିଲା l
ଟାଙ୍ଗରପାଲି ପୁଲିସ ଶବ ଜବତ କରି ଆଇଜିଏଚ ମର୍ଗରେ ରଖିଛି l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ବାସୁଦେବଙ୍କ ମୃତ୍ୟୁକୁ ନେଇ ଶ୍ରମିକ ସଂଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/28/YTCpslpW0G2kFDw0IVui.jpg)