ଚନ୍ଦାହାଣ୍ଡି: ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ଓଡ଼ିଶା- ଛତିଶଗଡ଼ ସୀମାନ୍ତ ତେଳାତାଣ୍ଡି ଗ୍ରାମର ଓଡ଼ିଶା- ଛତିଶଗଡ଼ ମୁଖ୍ୟ ରାସ୍ତା ପାର୍ଶ୍ଵରେ ପୁଲିସ ତେଲାତାଣ୍ଡି ଗ୍ରାମର ଗଜାନନ ନାୟକଙ୍କ ଜ୍ୱାଇଁ ଫୁଣ୍ଡେଲପଡା ଗ୍ରାମର ମକର ନାୟକଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର କରିଛିl ମୃତ ମକର ନାୟକଙ୍କ ମୁହଁ, ନାକରେ ରକ୍ତସ୍ରାବ ହେବା ସହ ମକର ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଣୁ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇ ଥିବା ସନ୍ଦେହ କରିଛନ୍ତି l ଘଟଣା ସ୍ଥଳରେ ଚନ୍ଦାହାଣ୍ଡି ଥାନା ଅଧିକାରୀ ଯୁଗଳ କିଶୋର ସା, ଏସ ଆଇ ବିଜୁ ରାମ ବାଘ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମବାସୀ ଫରେନସିକ ଟିମ ଏବଂ ସନ୍ଧାନୀ କୁକୁର ଆଣି ତଦନ୍ତ କରିବାକୁ ଦାବି କରିଛନ୍ତି। ନଚେତ ଗ୍ରାମବାସୀ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସାତ ଦିନ ତଳେ ମୃତକ ମକର ନାୟକ ଏବଂ ତାଙ୍କ ସ୍ତ୍ରୀ ମାୟା ନାୟକଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ମନୋମାଳିନ୍ୟ ହେବାରୁ ମାୟା ବାପ ଘର ତେଲାତାଣ୍ଡିକୁ ଚାଲି ଆସିଥିଲେ l ମାୟାଙ୍କୁ ଘରକୁ ଫେରାଇ ନେବାକୁ ମକର ଶଶୁର ଘରକୁ ଆସିଥିଲେ l ଗତ ଶନିବାର ଦିନ ରାତିରେ ଖାଇ ପିଇ ବୁଲିବାକୁ କହି ତାଙ୍କ ଗ୍ରାମର ଅକ୍ଷୟ ନାୟକଙ୍କ ସହ ବାହାରି ଆଉ ଘରକୁ ଫେରି ନ ଥିବା ତାଙ୍କ ଶଶୁର ଗଜାନନ ନାୟକ ପ୍ରକାଶ କରିଛନ୍ତି। ଫରେନସିକ ଟିମ୍ ଆସିବା ପରେ ଘଟଣା ତଦନ୍ତ ହେବ।
ପ୍ରକାଶ ଥାଉକି, ସାତ ଦିନ ତଳେ ମୃତକ ମକର ନାୟକ ଏବଂ ତାଙ୍କ ସ୍ତ୍ରୀ ମାୟା ନାୟକଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ମନୋମାଳିନ୍ୟ ହେବାରୁ ମାୟା ବାପ ଘର ତେଲାତାଣ୍ଡିକୁ ଚାଲି ଆସିଥିଲେ l ମାୟାଙ୍କୁ ଘରକୁ ଫେରାଇ ନେବାକୁ ମକର ଶଶୁର ଘରକୁ ଆସିଥିଲେ l ଗତ ଶନିବାର ଦିନ ରାତିରେ ଖାଇ ପିଇ ବୁଲିବାକୁ କହି ତାଙ୍କ ଗ୍ରାମର ଅକ୍ଷୟ ନାୟକଙ୍କ ସହ ବାହାରି ଆଉ ଘରକୁ ଫେରି ନ ଥିବା ତାଙ୍କ ଶଶୁର ଗଜାନନ ନାୟକ ପ୍ରକାଶ କରିଛନ୍ତି। ଫରେନସିକ ଟିମ୍ ଆସିବା ପରେ ଘଟଣା ତଦନ୍ତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/24/new-project-3-2025-08-24-13-21-30.jpg)